• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Bymamatanews

Oct 25, 2024
Spread the love

ମୁଁ ବଞ୍ଚିବାକୁ ଚାହୁଁଛି ସରକାର ମୋତେ ସାହାଯ୍ୟ କରି ବଞ୍ଚାଇ ଦିଅନ୍ତୁ

କର୍କଟ ରୋଗର ଯନ୍ତ୍ରଣାରେ ଛଟପଟ ଅସହାୟ ମହିଳା ସୁକାନ୍ତି

ପ୍ରଶାସନ ଓ ସରକାରକୁ ସହାୟତା ପାଇଁ ଆକୁଳ ନିବେଦନ ହୋଇଛନ୍ତି ସୁକାନ୍ତି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ ପାଟଣା ସାହି ନିବାସୀ ସୁକାନ୍ତି ନାହାକ ଦୀର୍ଘ ବର୍ଷ ହେବ କର୍କଟ ରୋଗରେ ପୀଡିତ ହୋଇଛନ୍ତି । ପ୍ରାରମ୍ଭରେ ତାଙ୍କର ପେଟରେ ଅସ୍ତ୍ରୋପଚାର ହୋଇଥିଲା । ବେସରକାରୀ କ୍ଲିନିକ ଡାକ୍ତରଙ୍କ ଅବହେଳା ଯୋଗୁଁ ପରିଶ୍ରା ଶିର କଟିଯିବା ପରେ ତାଙ୍କର ଅବସ୍ଥା ଗୁରୁତର ରୂପ ନେଇଥିଲା । ତାଙ୍କୁ କଟକ ବଡ଼ ମେଡ଼ିକାଲ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କଟକ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ରୋଗ କମିବା ପ୍ରତିବଦଳରେ ବଢିବାକୁ ଲାଗିଲା । ତିନି ବର୍ଷ ପୂର୍ବରୁ ଦୁର୍ଘଟଣାରେ ୧୮ ବର୍ଷର ଯବାନ ପୁଅକୁ ସୁକାନ୍ତି ହରାଇ ବସିଛନ୍ତି । ଯାହା ଅର୍ଥ ଥିଲା ଚିକିତ୍ସା ଓ ମେଡ଼ିସିନରେ ଖର୍ଚ୍ଚ ହୋଇଯିବା ପରେ ସାହି ଯୁବକ ଓ ସାହି ପଡିଶା ଲୋକଙ୍କ ସହାୟତାରେ ଦିନକୁ ଦୁଇ ଓଳି ଖାଇବାକୁ ମିଳୁଛି । ଚିକିତ୍ସା ଓ ମେଡ଼ିସିନ ଯାଇ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ କୌଣସି ପ୍ରକାରର ପ୍ରଶାସନିକ କିମ୍ବା ସରକାରୀ ସହାୟତା ବର୍ତ୍ତମାନ ପର୍ଯ୍ୟନ୍ତ ସୁକାନ୍ତି କୁ ମିଳିନାହିଁ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ସୁକାନ୍ତି । ବଞ୍ଚିବା ପାଇଁ , ଔଷଧ ସେବନ ପାଇଁ, ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ସୁକାନ୍ତି ଓ ସାହି ପଡିଶା ଏବଂ ସ୍ୱେଚ୍ଛାସେବୀ ଚିନ୍ମୟୀ ଦାସ ଗଣମାଧ୍ୟମ ଜରିଆରେ ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଯଦି କେହି ବଦାନ୍ୟ ବ୍ୟକ୍ତି ସୁକାନ୍ତିଙ୍କ ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ Phone Pe No-8594865968,ତାଙ୍କ ଇକୋ ବ୍ୟାଙ୍କ Ac/No- 13870110090022, IFSC – UCBA0001387ରେ ଆର୍ଥିକ ସହାୟତା କରି ପାରିବେ।

ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲଙ୍କ ରିପୋର୍ଟ ମମତା ନ୍ୟୁଜ

Leave a Reply

Your email address will not be published. Required fields are marked *