• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭାଇଚାରା ସୃଷ୍ଟି ପାଇଁ ପ୍ରୟାସ ଜାରି

Bymamatanews

Oct 25, 2024
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମରେ ଥିବା ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀ ଅନନ୍ତ ବାରିକ ଓ ସାଧାରଣ ସମ୍ପାଦକ ଶ୍ରୀ ସୁଧାକର ସାହୁଙ୍କ ତତ୍ବାବଧାନରେ କାଣ୍ଡସର ଗ୍ରାମର ଯୁବକ ମାନଙ୍କ ମଧ୍ୟରେ ଓ ନାଲକୋ ବଜାର ବ୍ୟବସାୟୀ ମାନଙ୍କ ମଧ୍ୟରେ ଭାତୃଭାବ ସୃଷ୍ଟି କରି ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ନାଲକୋ ବଜାରର ୪ଟି ଓ କାଣ୍ଡସର ଗ୍ରାମରେ ପୂଜା ପାଉଥିବା ୪ଟି ମା ମହାଲକ୍ଷ୍ମୀ ପୂଜା ମଣ୍ଡପର କମିଟିର ସଭାପତି ମହୋଦୟ ମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ନିଜ ନିଜର ପୂଜା ମଣ୍ଡପ ସମ୍ମୁଖରେ ସମ୍ନାନରେ ସମ୍ମାନିତ କରାଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜିଲ୍ଲାର ବରିଷ୍ଠ ସମାଜ ସେବୀ ଚିନ୍ମୟୀ ଦାସ, ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ବିଷ୍ଣୁ ଚରଣ ବେହେରା, ଶ୍ରୀ ଶ୍ରୀକାନ୍ତ କୁମାର ସାହୁ ଙ୍କ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହ ଲକ୍ଷ୍ମୀ ନାରାୟଣ ପୂଜା କମିଟି କାଣ୍ଡସର ମହୁଲବୁରୀ ସାହି ତରଫରୁ ଚଳିତବର୍ଷ ମା ମହାଲକ୍ଷ୍ମୀ ଙ୍କର ଆଜ୍ଞା ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୋମିନି ମାନନୀୟ ଶ୍ରୀଯୁକ୍ତ ଅମିୟ କୁମାର ତ୍ରିପାଠୀ, କାଣ୍ଡସର ଶ୍ରୀ ଜଗନ୍ନାଥ ମଠର ମହନ୍ତ ଶ୍ରୀ କରୁଣା ନିଧି ଦାସ ବାବା କେଶବ ମହାରାଜ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *