• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଜନ ସ୍ୱାସ୍ଥ ବିଭାଗର ଏକ ପରିତପ୍ତ କୂଅରେ ପଡି ନାବାଳକ ମୃତ

ଅନୁଗୋଳ ଟାଉନ ଥାନା ଅଞ୍ଚଳର ହାକିମ ପଡା ସ୍ଥିତ ଲେକଚର କଲୋନୀ ନିକଟରେ ଥିବା ଜନ ସ୍ୱାସ୍ଥ ବିଭାଗର ଏକ ପରିତପ୍ତ କୂଅରେ ପଡି ନାବାଳକ ମୃତ । ଘଟଣା ସ୍ଥଳରେ ଅନୁଗୋଳ ଅଗ୍ନିସମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନିଖୋଜ ଥିବା ନା ବାଳକ ହେଲେ ସୁକାନ୍ତ ମହାପାତ୍ରଙ୍କ ୧୫ ବର୍ଷୀୟ ସାନ ପୁଅ ଭବାନୀ ଶଙ୍କର ମହାପାତ୍ର । ସେ ସେହି କଲୋନୀ ରେ ବାସିନ୍ଦା ଅଟନ୍ତି। ସୂଚନା ସୁକାନ୍ତ ମହାପାତ୍ର ପେସାରେ ଜଣେ ଗାଡି ମେକାନିକ। ଯେ, ଭବାନୀ ନିଜ ସାଙ୍ଗ ମାନଙ୍କ ସହିତ କ୍ରିକେଟ ଖେଳୁଥିବା ବେଳେ ବଲଟି କୂଅ ଆଡକୁ ଚାଲି ଯାଇଥିଲା । ବଲ ଟି ଖୋଜିବାକୁ ସାଙ୍ଗ ମାନେ ଆସିଥିଲେ। କୂଅ ରେ ପଡିଥିବା ବଲଟି କୁ ବାହାର କରିବାକୁ ଚେଷ୍ଟା କରୁଥିବେ ବେଳେ ଭବାନୀ ଙ୍କର ଗୋଡ ଖସି ଯାଇଥିଲା। ଯାହା ଫଳରେ ଭବାନୀ କୂଅ ରେ ବୁଡି ଯାଇଥିଲେ। ନିଖୋଜ ଥିବା ନେଇ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳବାହିନୀ ଓ ପୋଲିସ ପହଞ୍ଚି ପ୍ରାୟ ୪ ଘଣ୍ଟା ପରେ ଭବାନୀ ର ମୃତଦେହ ପାଇ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦିଆଯାଇଛି।ଅନୁଗୋଳ ଜନ ସ୍ୱାସ୍ଥ ବିଭାଗର ଚରମ ଅବହେଳା ଯୋଗୁଁ ଏ ଭଳି ଅଘଟଣା ଘଟି ଥିବା ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *