
୧୭,୭୭୮ ରେ ନିଲାମ ଧରିଲେ ଭକ୍ତ ।
ଅନୁଗୋଳ ଜିଲ୍ଲା ବଅଁରପାଳ ବଜାରରେ ଚାଲିଥିବ ଲକ୍ଷ୍ମୀପୂଜାର ୬ଷ୍ଠ ଦିନରେ ମା ଧନଲକ୍ଷ୍ମୀ ପୂଜା କମିଟର ୨ୟ ବର୍ଷ ମାଙ୍କ ଆଜ୍ଞା ଲଡୁ ନିଲାମୀ ଅନୁଷ୍ଟିତ ହୋଇଥିଲା ଏହି ଉତ୍ସବରେ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ, ସମ୍ମାନିତ ଅତିଥି ଭାବେ ବଣିକ ସଂଘ ସମ୍ପାଦକ ଅଖିଳ କୁମାର ମହପାତ୍ର, ଅନ୍ୟତମ ଅତିଥି ଭାବେ ସଂଘ କୋଷାଧ୍ଯକ୍ଷ ଜିତେନ୍ଦ୍ର ସାମଲ ଓ ନୂଆହତା ସରପଞ୍ଚ ଶ୍ରୀମତି ରେଣୁ ବାଳା ଧୀର ଯୋଗ ଦେଇଥିଲେ।

ଏହି ନିଲାମ ୨ ଜଣ ଭକ୍ତ ମା ଙ୍କ ପୂଜା ଦେଖି ଆସିଥିବା ବେଳେ ଲଡୁ ନିଲାମ ରେ ଭାଗ ନେଇଥିଲେ ସୁବାଷ୍ ସାମଲ ନାମକ ଜଣେ ଭକ୍ତ ୧୭,୭୭୭ ଥିବା ବେଳେ ସୁଧାକର ଦାସ ନାମକ ଭକ୍ତ ୧୭.୭୭୮ ଟଙ୍କାରେ ମା ଙ୍କ ଆଜ୍ଞା ଲଡୁ ନିଲାମ ଧରିଥିଲେ। କମିଟ ଗୌର ଚନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ସତ୍ୟାନନ୍ଦ ଧିର, ସମ୍ପାଦକ ଅରୁ ମହାପାତ୍ର, କୋଷାଧ୍ୟକ୍ଷ ଶକ୍ତି ରାଉତ, ଓ ସମସ୍ତ ବ୍ୟବସାୟୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ, ଅତିଥି ମାନଙ୍କ ଦ୍ୱାରା ନିଲାମ ଧାରୀକୁ ଲଡୁ ସହ ମା ଙ୍କ ଫୋଟ ଅର୍ପଣ କରିଥିଲେ।



