• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କାର ବାଇକ୍ ଧକ୍କା, ଜଣେ ମୃତ, ତିନି ଆହତ

Bymamatanews

Nov 25, 2024
Spread the love

ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ମନ୍ଦିର ସାହି ଛକ ନିକଟରେ କାର ବାଇକ୍ ଧକ୍କା ରେ ଜଣେ ମୃତ ତିନି ଗୁରୁତର। ସୂଚନା ଯେ, OD 19 J 7700 ଏକ କାର ଟି ଅନୁଗୋଳ ଆଡୁ ବନ୍ତଳା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା OD 19 J 4213 ଏକ ବାଇକ୍ ସହ ଧକ୍କା ହୋଇଥିଲା। ବାଇକ୍ ଚାଳକ ଜନକ ହେଲେ ତଳଗଡ ଗ୍ରାମର ସୁଜିତ୍ କୁମାର ନାଏକ (୩୦) । ଘଟଣା ସ୍ଥଳରେ ସୁଜିତ୍ ଗୁରୁତର ହୋଇଯାଇଥିଲେ। କାର ଚାଳକଙ୍କ ପରିଚୟ ମିଳିପାରିନାହିଁ।

ଠାକୁରଗଡ଼ ଥାନା ସଦାନନ୍ଦପୁର ଟିକନ ବିଶ୍ଵାଳ ଙ୍କ ସ୍ତ୍ରୀ ସୁଜାଲତା ବିଶ୍ଵାଳ ଙ୍କ ବଡ ଝିଅ ଅନୁଗୋଳ ସହର ର ଏକ ଘରୋଇ ହଷ୍ଟେଲ୍ ରେ ରହି ପାଠ ପଢନ୍ତି। ତାଙ୍କୁ ଛାଡିବା ପାଇଁ ସୁଜାଲତା ତାଙ୍କ ସାନ ଝିଅ ଶାଲିନି ବିଶ୍ଵାଳ (୮) ଏବଂ ଭାଇ ସିତମ୍ ସାହୁ ବାଇକ୍ ଯୋଗେ ଆସି ଧୋକୁଟା ହୋଇ ଘର କୁ ଫେରୁଥିବା ସମୟ ବେଳେ ହଠାତ ସାମ୍ନା ରେ କାର ବାଇକ୍ ଧକ୍କା ଦୁର୍ଘଟଣା ହେବାରୁ କାର ପଛରେ ସିତମ୍ ଙ୍କ ବାଇକ ଧକ୍କା ହୋଇଥିଲା। ଯାହା ଫଳରେ ଏହି ତିନି ଜଣ ଆହତ ହୋଇଥିଲା। ସ୍ଥାନୀୟ ବାସୀ ଚାରି ଜଣ ଙ୍କୁ ଉଦ୍ଧାର କରି ଅଟୋ ସାହାଯ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇ ଥିଲେ। ଏ ପଟେ ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଁଚି ତିନି ଗାଡି କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଚିକିତ୍ସାଳୟ ଚିକିତ୍ସାଧିନ ଅବସ୍ଥାରେ ସୁଜିତ୍ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁଜାଲତା, ଝିଅ ଶାଲିନି, ଭାଇ ସିତମ୍ ଚିକିତ୍ସାଧିନ ରେ ଅଛନ୍ତି।

Leave a Reply

Your email address will not be published. Required fields are marked *