ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ ସଂଘ ତରଫରୁ ଜାତୀୟ ପତାକା ଉତୋଳନ କରାଯାଇଥିଲା , ଢେଙ୍କାନାଳ ଜିଲ୍ଲା ଭଗବାନ ପୁର ସଂଘ କାର୍ଯ୍ୟାଳୟ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଥିଲା, ସଂଘ ର ସଭାପତି ଉପସ୍ଥିତ ହୋଇ ପାରିନଥିବାରୁ, ସମ୍ପାଦକ ଗିରିଶ ଚନ୍ଦ୍ର ମହାଳିକ ନେତୃତ୍ୱ ରେ ସଂଘର, ଉପସଭାପତି ଶ୍ରୀ କୁମୁଦ ଚନ୍ଦ୍ର ସାହୁ, ଶ୍ରୀ ତୋଫାନ ସାହୁ, କୋଷାଧକ୍ୟ ସୁରେଶ କୁମାର ବ୍ରହ୍ମ, ସମ୍ପାଦକ ଶ୍ରୀ ମହେଶ୍ୱର ସାମଲ ଓ ସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ପବିତ୍ର ୭୬ତମ ସାଧାରଣ ତନ୍ତ୍ର ଦିବସ ରେ ଆଜିର ଅତିଥି, ବରିଷ୍ଠ ଆଇନଜୀବୀ ଶ୍ରୀ ବେଣୁଧର ମହାରଣା ପତାକା ଉତୋଳନ କରିଥିଲେ , ଏବଂ ଜନସୁରକ୍ଷା ପରିଷଦର ସଭାପତି ଶ୍ରୀ ବିନାୟକ ଶତପଥୀ ଓ ସାହିତ୍ୟିକ ଶ୍ରୀ ବାହାଦୂର ପାଟଶାଣି ମହୋଦୟ ସଂଘ ର ସଭ୍ୟ ମାନଙ୍କୁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ, ଶେଷରେ ବରିଷ୍ଠ ଆଇନଜୀବି ବେଣୁଧର ମହାରଣା ମହୋଦୟ ଆଇନ କାନୁନ ବିଷୟରେ ଦିଗଦର୍ଶନ ଦେଇଥିଲେ.
