ଢେଙ୍କାନାଳ : ବସଷ୍ଟାଣ୍ଡ ଠାରେ ଥିବା ବାବା ଆଖଣ୍ଡଳ ମଣି ଅଟୋ ଆସୋସିଏସନ ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଲିଗାଲ ଆଡଭାଇଜର ପତିତପାବନ ମିଶ୍ରଙ୍କ ଦ୍ଵାରା ପତାକା ଉତ୍ତୋଲୋନ କରାଯାଇଥିଲା। ପରେ ସମସ୍ତ କର୍ମକର୍ତ୍ତା ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ସମାରୋହ କୁ ସଭାପତି ରମେଶ ମହାନ୍ତି, ସମ୍ପାଦକ ଗୌତମ ଉଦୟ ସିଂହ ଓ ସମସ୍ତ କର୍ମକର୍ତ୍ତା ୭୬ ତମ ସାଧାରଣତନ୍ତ୍ର ଦିବସ କୁ ପରିଚାଳନା କରିଥିଲେ।
