ଏହି ଗଣଦୌଡ ଅନୁଗୁଳ ଜିଲ୍ଲା ସମେତ ଓଡ଼ିଶାର ୫୫ ଟି ସ୍ଥାନରେ ଆୟୋଜନ କରାଯାଇଥିଲା | ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ପାଇଁ ଶିକ୍ଷା’ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମିନି ମାରାଥନ୍ର ଆୟୋଜନ କରାଯାଇଥିଲା | ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଯୋଗ ଦେଇ ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ | ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ଠାରୁ ଏହି ମାରାଥନ ଆରମ୍ଭ ହୋଇ ବଜାର ପରିକ୍ରମା କରି ଅନୁଗୋଳ ଷ୍ଟାଡିୟମ ରେ ପହଞ୍ଚି ଏକ ସାଧାରଣ ସଭା କରାଯାଇଥିଲା | ଏହି ଅବସରରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନକୁ ଏକ ଉଦାହରଣ ଭାବେ ନେଇ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ସମସ୍ତ ଅତିଥି ପରାମର୍ଶ ଦେଇଥିଲେ। କିଟ, କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ କୁ ସମସ୍ତେ ଭୁୟସୀ ପ୍ରଶଂଶା କରିଥିଲେ | କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଅଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
