ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନଠାରୁ ଏକତ୍ରିତ ହୋଇ ଶତାଧିକ କଂଗ୍ରେସ ନେତା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୁ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜ୍ଜୁ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୁଦ୍ଧରେ ଲୋକସଭା ବୀରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କୁ ବିଭିନ୍ନ ପ୍ରକାର ଅପଶବ୍ଦ ପ୍ରୟୋଗ କରି ଲୋକସଭା ଓ ବାହାରେ ଅସମ୍ମାନ କରିବା ସହ ତାଙ୍କୁ ମିଛ କହି ବଦନାମ କରୁଥିବା ନେଇ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ଗିରଫ କରିବା ପାଇଁ ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଏତଲା ପ୍ରଦାନ କରିଥିଲେ। ଉକ୍ତ ଏତଲାକୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ଗ୍ରହଣ କରିଥିଲେ। ଆଜିର ଏହି ଏତଲା ପ୍ରଦାନ ସମୟରେ ଜିଲ୍ଲାର ଶତାଧିକ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

