ଅନୁଗୁଳ :ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୧୩୪ ତମ ଜୟନ୍ତୀ ଆଜି ପୂର୍ବାହ୍ନରେ ଜିଲ୍ଲା ପାଠାଗାର ଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଡଃ . ଧରଣୀଧର ନାଥ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡନାୟକ, ଜିଲ୍ଲା ସଂସ୍କୃତି ପରିଷଦର ସଭ୍ଯ ଶ୍ରୀ ରଞନ କୁମାର ବେହେରା, ସମାଜସେବୀ ଶ୍ରୀ ଦୁର୍ଯ୍ୟୋଧନ ବେହେରା ଓ ବୁଦ୍ଧିଜିବୀ ଡ. ସତ୍ୟନାରାୟଣ ସିଂ ସାମନ୍ତ ଯୋଗ ଦେଇଥିଲେ ।

ପ୍ରଥମେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭକରାଯାଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନି ଆମ ସମସ୍ତଙ୍କୁ ଓ ଆସନ୍ତା ପିଢି ପାଇଁ ପ୍ରେରଣାଦାୟକ ବୋଲି ମୁଖ୍ୟବକ୍ତା କହିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକତ୍ରିକରଣ କରିବାରେ ମୁଖ୍ୟତଃ ଦକ୍ଷିଣ ଓଡିଶାକୁ ମାଡ୍ରାସ ପ୍ରେଭିନ୍ସରୁ ଓଡିଶାରେ ସାମିଲ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ବୋଲି ମଧ୍ୟ ସେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କେ ଶ୍ରବଣକୁମାର ସ୍ବାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ବୁଦ୍ଧିଜିବୀ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।
