• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

Bymamatanews

Apr 26, 2025
Spread the love

ସମସ୍ୟା ର ଯଦି ଯଥାଶୀଘ୍ର ସମାଧାନ ନହୁଏ ରାଜରାସ୍ତାକୁ ଓହ୍ଲାଇବାର ଦେଲେ ଚେତାବନୀ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନତଡା ମଝି ସାହିରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।ପ୍ରାୟ ଏକ ମାସ ହେବ ଏଭଳି ସମସ୍ୟା ଉପୁଜିଛି।ଅନୁଗୋଳ ଜିଲ୍ଲା ଶିଳ୍ପ ବହୁଳ ଜିଲ୍ଲା ଥିବା ବେଳେ ଏହାର ତାପମାତ୍ରା ସର୍ବାଧିକ ରହୁଛି ଘରୁ ପଦା କୁ ବାହାରିବା ଅସମ୍ଭବ ହେଇ ପଡିଛି । ତେଣୁ ବିନା ଲାଇନରେ ଚଳିବା ଅସମ୍ଭବ।ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି।ଏଭଳି ଅସୁବିଧାର ସମ୍ମୁଖୀନ ହୋଇ ସାହିବାସୀ ବିଦ୍ୟୁତ ବିଭାଗକୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।ମାସ ଶେଷରେ ଟଙ୍କା ନେଇ ଯାଉଥିଲେ ମଧ୍ୟ କୌଣସି ଅଭିଯୋଗ ଶୁଣୁନାହାନ୍ତି।ଏହାର ସମାଧାନ ଖୁବ ଶୀଘ୍ର ନ ହେଲେ ଆଗକୁ ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ସାହି ବାସୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *