• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କଂଗ୍ରେସର ସମ୍ବିଧାନ ବଞ୍ଚାଅ ପଦଯାତ୍ରା

Bymamatanews

Jun 26, 2025
Spread the love

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ “ସମ୍ବିଧାନ ବଞ୍ଚାଅ ପଦଯାତ୍ରା” କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଏହାସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ଘରେ ଏହି ବାର୍ତ୍ତା ପହଞ୍ଚାଇବା ନିମନ୍ତେ କଂଗ୍ରେସ କର୍ମୀମାନେ ପ୍ରଚାରପତ୍ର ବଣ୍ଟନ କରିବା ଯୋଜନା ରହିଅଛି । ଏହି କ୍ରମରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ଵାଜିଚୌକ ଛକରେ ସହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ , ମୁଖ୍ୟ ବଜାର ଦେଇ ଜଵାହାର ଚ଼ୌକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା ।

“ଜୟ ସମ୍ବିଧାନ” , “ଜୟ ଭୀମ୍” ଆଦି ସ୍ଲୋଗାନ ଦେଇ ୨୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜେପି ଦଳର ସୃଷ୍ଟିକର୍ତ୍ତା ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ , ବାବା ସାହେବ ଆମ୍ବେଦକର ପ୍ରଣିତ ଭାରତର ସମ୍ବିଧାନରେ ବିଶ୍ୱାସ କରେନାହିଁ । ଏପରିକି ଆରଏସଏସ ର ମୁଖ୍ୟ କହିଲେଣି ଯେ ଭାରତ ୨୦୨୪ ରେ ସ୍ୱାଧିନତା ଲାଭ କରିଛି । ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନ ଥିଲା “ଅଵ୍ କି ଵାର୍ , ଚାର ଶୋ ପାର୍ ” ; ଅର୍ଥାତ୍ ବିଜେପି ଦଳ ଲୋକସଭାରେ ୪୦୦ ଆସନ ପାଇଥିଲେ , ଭାରତର ସମ୍ବିଧାନ କୁ ବଦଳାଇ ଦେଇ ଥାଆନ୍ତା । ଅସଲରେ ସମ୍ବିଧାନରେ ରହିଥିବା ନାଗରିକ ମାନଙ୍କର ମୌଳିକ ଅଧିକାର , ବ୍ୟକ୍ତିଗତ ସ୍ୱାଧୀନତା : ଯଥା ଖାଦ୍ୟପେୟ , ପୋଷାକ ପରିଧାନ , ବାକ୍ ସ୍ୱାଧିନତା ଆଦିକୁ ବିଜେପି ହଟାଇ ଦେଇ “ଏକକ ନାଗରିକ ସଂହିତା” ଆଇନ୍ ଆଣିବାକୁ ଚାହେଁ । ଏତଦ୍ ବ୍ୟତୀତ ମଧ୍ୟ ଯୁଗୀୟ ମନୁବାଦି ଚିନ୍ତାଧାରାରେ ପରିଚାଳିତ ଆରଏସଏସ୍ ଦଳିତ,ଆଦିବାସୀ, ପଛୁଆ ବର୍ଗ ନିମନ୍ତେ ଥିବା ସଂରକ୍ଷଣ ଵ୍ୟଵସ୍ଥାକୁ ଉଚ୍ଛେଦ କରିବାର ମସୁଧା ରଖିଛି । ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ବିଜେପିର ଘୃଣା ଆଭିମୁଖ୍ୟ ଦେଶ ବିଦେଶରେ ଚର୍ଚ୍ଚା ହେଉଛି । ନାରୀ ମାନଙ୍କର ସମାଜରେ ସହଭାଗିତା , ସ୍ୱତନ୍ତ୍ରତା କୁ ଆରଏସଏସ୍ ବିରୋଧ କରେ । ସମ୍ବିଧାନ ଉପରେ ନତମସ୍ତକ ହୋଇ ଶପଥ ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ “ନାଟକ” ବୋଲି କଂଗ୍ରେସ ସମାଲୋଚନା କରିଛି । ଲୋକସଭାର ବିରୋଧୀ ଦଳର ନେତା ଏବଂ କଂଗ୍ରେସର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ୨୦୨୨ ମସିହାର ଐତିହାସିକ “ଭାରତ ଯୋଡୋ ପଦଯାତ୍ରା” ଏବଂ ୨୦୨୪ ନିର୍ବାଚନରେ ବିଜେପିର ଚକ୍ରାନ୍ତ ସମ୍ପର୍କରେ ଦେଶବ୍ୟାପୀ ପ୍ରଚାର ଫଳରେ ବିଜେପି ଏବେ ଅନ୍ୟ ଦଳରେ ସହାୟତାରେ ସରକାର ଗଢିଛି । ଦେଶବାସୀ ସମ୍ବିଧାନର ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ବୋଲି ମୋଦିଂକୁ ଜଣାଇ ଦେଇଛନ୍ତି । ଏବେ ମଧ୍ୟ ସମ୍ବିଧାନ ପ୍ରତି ବିପଦ ଟଳି ନାହିଁ । ସାମ୍ବିଧାନିକ ଵ୍ୟଵସ୍ଥା ଅନୁସାରେ ନ୍ୟାୟପାଳିକା , ନିର୍ବାଚନ କମିଶନ୍ ଆଦି ସବୁ ସଂସ୍ଥାର ସ୍ୱାଧୀନତାକୁ ହଡପ୍ କରି ବିଜେପି ନିଜର କରାୟତ କରିବାରେ ଲାଗିଛି । ଇଡି , ସିବିଆଇ ଆଦି ସଂସ୍ଥାକୁ ମୋଦି-ଶାହା ନିଜର ହାତ ଵାରିସୀ କରି ବିରୋଧୀ ଦଳର ନେତା , ସମ୍ବାଦପତ୍ରର ମାଲିକ ମାନଙ୍କ ଉପରେ ଆକ୍ରୋଶ ମୂଳକ କାର୍ଯ୍ୟକ୍ରମ କରିବାରେ ଲାଗିଛନ୍ତି । ଦେଶବାସୀ ଏସବୁ ବିଷୟରେ ଜାଣିବା ଆବଶ୍ୟକ ଏବଂ ଵିଜେପି ଦଳକୁ ସବୁ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବା ପାଇଁ କଂଗ୍ରେସ ଆହ୍ୱାନ ଦେଇଛି । ଆଜିର କାର୍ଯ୍ୟକ୍ରମରେ ଏଆଇସିସି ସଦସ୍ୟା ସମସୀଦା ତାଏଵ୍ , ପିସିସି ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ବରିଷ୍ଠ ନେତା ଡାକ୍ତର ତୁଷାର କାନ୍ତି ନାୟକ , ବିପ୍ରଵର ସାହୁ , ବେଣୁଧର ସାହୁ, ବିନୟ ସାହୁ , ବନମାଳୀ ଦାସ, ଜଵୀର ବକ୍ସ, ଫକୀର ବେହେରା , ଗୟାରାମ ସେଠୀ , ନାରୀ ନେତ୍ରୀ ଉର୍ମିଳା ଦାଶ, ସରୋଜ ସତପଥି, ବିଶ୍ୱନାଥ ମହାପାତ୍ର,
ଯୁବନେତା ଅଜେନ୍ଦ୍ର ସାମଲ, ପ୍ରିୟବ୍ରତ ସସମଲ, ସଂଗ୍ରାମ କିଶୋର ଦାସ, ଲଳିତ ମୋହନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ଏବଂ ନିଜର ଅଭିଭାଷଣ ରଖିଥିଲେ ।

Leave a Reply

Your email address will not be published. Required fields are marked *