ନବନିର୍ମାଣ କୃଷକ ସଂଗଠନ ତରଫରୁ ଆଜି ଗୋବିନ୍ଦପୁର ପଞ୍ଚାୟତ କମାର ସାହି ଗ୍ରାମ ୮ ନମ୍ବର ୱାର୍ଡ ରେ ପିଇବା ପାଣି ଏବଂ ରାସ୍ତା ଷ୍ଟ୍ରିଟ ଲାଇଟ୍ଏ ବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପହଞ୍ଚି ପାରିନଥିବା ହେତୁ ଗୋବିନ୍ଦପୁର ପଞ୍ଚାୟତ ତରଫରୁ ସଦର ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି।
ଯେଉଁଥିରେ ଗୋବିନ୍ଦପୁର ଗ୍ରାମବାସୀ ସମ୍ପୂର୍ଣ୍ଣ ୧୫୦ ଘର ପିଇବା ପାଣି ପାଇଁ ୪ କିଲୋମିଟର ଦୂରରୁ ଚାଲି ଚାଲି ପାଣି ଆଣି ବ୍ୟବହାର କରୁଛନ୍ତି। ବିକାଶ ର ନାରା ପିଟୁଥିବା ସରକାର ଗ୍ରାମ ରେ କେଉଁଭଳି ବିକାଶ ହେଉଛି ଏହାର ଖୋଲା ଚିତ୍ର କାହାକୁ ଅଛପା ନାହିଁ। ଏଥିରେ ନବନିର୍ମାଣ ଜିଲ୍ଲା ପ୍ରଭାରୀ ଯୋଗ ଦେଇ କହିଥିଲେ ” ଯେଉଁଠି ସରକାର ରାସ୍ତା ଘାଟ ଠୁ ଆରମ୍ଭ କରି ଘର ଆଗରେ ବିକାଶ ର କଥା କହୁଛନ୍ତି ପ୍ରକୃତରେ ବିକାଶଟି ବିକାଶ ମେଳା କିମ୍ବା ଭୁବନେଶ୍ୱର ର ରାସ୍ତା କାନ୍ଥରେ ରଙ୍ଗ ମାରିଲେ ହୁଏ ନାହିଁ ପ୍ରକୃତରେ ଯଦି ସରକାର ବିକାଶ ଚାହୁଁଛନ୍ତି ତେବେ ତୃଣମୂଳ ସ୍ତରରୁ ବିକାଶ ର କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ” । ଏହା କହି ଶ୍ରୀ କୁମାର ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଜିର ଆନ୍ଦୋଳନରେ ଅନ୍ୟ ମାନଙ୍କ ଭିତରେ ମହିଳା ନେତ୍ରୀ ବାସନ୍ତୀ ସ୍ୱାଇଁଙ୍କ ସହିତ ସୋନ୍ଦର୍ଯ୍ୟ ଫାଉଣ୍ଡେସନ ର ସଭାପତି ସ୍ମିତାରାଣୀ ସାମଲ , ମାମି ନାୟକ, ଯୋଷ୍ନାମୟୀ ପଲେଇ,ଲତା ମହାରଣା ଏଵଂ ଶତାଧିକ ଗ୍ରମବାସୀ ମାନେ ଯୋଗ ଦେଇ ବିଡ଼ିଓ ଙ୍କୁ ଘେରିଥିଲେ ଏବଂ 15ଦିନ ସମୟ ଦେଇଥିଲେ ଯଦି 15ଦିନ ଭିତରେ ସମସ୍ୟା ସମାଧାନ ନ ହୁଏ ତେବେ ବିଡ଼ିଓ ଅଫିସ ତାଲା ପକାଜିବ।
