ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଦେଇ ଯାଇଥିବା ୫୫ନମ୍ବର ବାଇପାସ ଜାତୀୟ ରାଜପଥରେ ଏକ ୱାଗନର କାର ଧକ୍କାରେ ଜଣେ ଚାଳକ ଗୁରୁତ୍ତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ନୂଆହତା ଗ୍ରାମର ପାଟଣା ସାହିର ୫୫ ବର୍ଷୀୟ ରୋହିତ ସାହୁ ନୂଆହତା ଗଡ଼ ସାହିରୁ ନିଜ ଘରକୁ ଯିବା ସମୟରେ ନବ ନିର୍ମିତ ବାଇପାସ ରାସ୍ତା ପାର ହେଉଥିବା ବେଳେ କାର ନମ୍ବର OR 19 K 7309 ଧକ୍କା ଦେଇ ଘଟଣା ସ୍ଥଳରୁ ଚାଲି ଯାଇଥିଲା। ରାସ୍ତା କଡ଼ରେ ପଡ଼ି ରହି ଛଟପଟ ହେଉଥିଲା।

ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ରୋହିତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ମୁଖ୍ୟ ଚିକତ୍ସାଳୟକୁ ପଠା ଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଜାତୀୟ ରାଜପଥ ର ଅବ୍ୟବସ୍ଥା ମରାମତି କାର୍ଯ୍ୟକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଗାଡି ଚଳାଚଳ ସ୍ଵାଭାବିକ କରାଇଥିଲେ।