କଟକ (ପ୍ରଦୀପ କୁମାର କାଣ୍ଡି) : ଶକ୍ତି ହିଁ ଦେଶର ପ୍ରଗତି ଓ ସମୃଦ୍ଧି କ୍ଷେତ୍ରର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି, ସ୍ଵାମୀ ବିବେକାନନ୍ଦ
ଯୁବକ ମାନଙ୍କୁ ଶୃଙ୍ଖଲିତ କରି ଦେଶର ସମୃଦ୍ଧି ଏବଂ ସମାଜ
ର ବିକାଶ ପାଇଁ ଯୋଉ ସ୍ଵପ୍ନ ଦେଖିଥିଲେ ସେଇ ସ୍ଵପ୍ନ କୁ
ସାକlର କରି ଯୁବ ଶକ୍ତି କୁ ସଦୂପଯୋଗ କରିବା ପାଇଁ ବିଶିଷ୍ଟ ଅତିଥି ମାନେ ଆହ୍ଵାନ ଦେଇଛନ୍ତି, ତୁଳସୀପୁର ସ୍ଥିତ ସାରଳା ଭବନ ଠାରେ ବିବେକାନନ୍ଦ ଯୁବ ସଂଗଠନ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ସଂଗଠନ ର ନୂତନ ସଦସ୍ଯ ମାନଙ୍କର ସପଥ ଗ୍ରହଣ କରାଯାଇଥିଲା
ବିବେକାନନ୍ଦ ଶିକ୍ଷା ସହିତ ଜଡିତ, ନିସ୍ୱାର୍ଥପର ସେବା,
ଶିକ୍ଷା ତଥା ସମାଜର ଉନ୍ନତି ବିଶେଷ କରି ଯୁବକ ମାନଙ୍କ
ମଧ୍ୟରେ ଦର୍ଶନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସଂଗଠନ ର ମୂଳ ଲକ୍ଷ୍ୟ, ଏଥି ସହିତ ଏହି ସଂଗଠନ ଟି ବହୁମୂଖୀ କାର୍ଯ୍ୟକ୍ରମ ହାତକୁ ନେଇଛି, ଯୁବକ ମାନଙ୍କର ଦକ୍ଷତା ବୃଦ୍ଧି
ଏବଂ ଯୁବ ସସତୀକରଣ ଏହାର ମୂଳ ଲକ୍ଷ୍ୟ,ସ୍ଵାମୀ ଅ ଶ୍ରୟ ନନ୍ଦ ମହାରାଜ ଜି ଏବଂ ସ୍ଵାମୀ ଜୀବନlଥ ଜି ମହାରାଜ ଅତିଥି ଭାବରେ ଯୋଗଦେଇ ଯୁବ ଶକ୍ତିକୁ ଆଶିର୍ବାଦ ଦେଇ କହିଲେ ସ୍ଵାମୀ ବିବେକାନନ୍ଦଙ୍କର ନୀତି ଆଦର୍ଶକୁ ପାଥେୟ କରି ଏକ ସୁସ୍ଥ ଆଦର୍ଶ ସାମାଜ ଗଠନ କରିବା ପାଇଁ ଆହ୍ଵାନ ଦେଇଥିଲେ, ମେୟର ସୁବାଷ୍ ସିଂ ସ୍ଵାଗତ ଭାଷଣ ଦେଇ ବିବେକାନନ୍ଦ ଯୁବସଂଗଠନ ର ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି କହିଲେ ଯୁବ ଶକ୍ତି ହିଁ ସମାଜର କଲ୍ଯାଣ ଏବଂ ଦେଶର ସମୃଦ୍ଧି କ୍ଷେତ୍ରରେ ଆଗେଇ ନେଇ ପାରିବ, କବି ଜ୍ଞାନ ହୋତା ଏକ କବିତା ଯୁବ ଉଦ୍ଦେଶ୍ୟରେ ପାଠ କରିଥିଲେ, ଏହି ସଂଗଠନ ର ସଭାପତି ସିଦ୍ଧାର୍ଥ ସିଂ ସଭାପତିତ୍ବ କରିଥିଲେ, ସମ୍ପାଦକ ବିନୋଦ ପଣ୍ଡା ସଂଗଠନ ସମ୍ପର୍କରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ,
