• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ସମାଜସେବୀ ମହାସଂଘ ତରଫରୁ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Bymamatanews

Sep 26, 2024
Spread the love

ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜିଲ୍ଲା ସମାଜସେବୀ ମହାସଂଘ ତରଫରୁ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଏଥିରେ ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଶିବାନନ୍ଦ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିବା ସହିତ ସମାଜସେବୀ ମାନଙ୍କ କାର୍ଯ୍ୟ କୁ ବହୁ ପ୍ରଶଂସା କରିଥିଲେ l


ସୂଚନା ଯେ, ଲିମ୍ବ, କରଞ୍ଜ, ଆମ୍ବ, ଅଶୋକ, ଅଁଳା, ପଣସ ପ୍ରଭୃତି ବୃକ୍ଷ ରୋପଣ କରି ତାର ଯତ୍ନ ନେବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ମେଡିକାଲ ଷ୍ଟାପ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଏପଟେ ସମାଜସେବୀ ମହାସଂଘ ର ଆବାହକ କିନ୍ନର ଚିନ୍ମୟୀ ଦାସ କହିଛନ୍ତି ଅନୁଗୁଳ ଜିଲ୍ଲା ରେ ବ୍ୟାପକ ବୃକ୍ଷ ରୋପଣ ଓ ତାର ଯତ୍ନ ନିଆଯିବ l
ସେପଟେ ମହାସଂଘ ର ସଭାପତି ଶ୍ରୀ ସୁଧାକର ସାହୁ ଜଣାଇଛନ୍ତି ମନ୍ଦିର , ଶ୍ମଶାନ,ବିଭିନ୍ନ ଶିକ୍ଷାନୁଷ୍ଠାନ, ପୋଲିସ ବ୍ୟାରେକ, ସହରାଞ୍ଚଳ, ଗ୍ରାମାଞ୍ଚଳ ରେ ସଫେଇ ସହ ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ସ୍ୱତନ୍ତ୍ର ଦିଆଯିବା ଆବଶ୍ୟକ lଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ଯଥା ଜୟ ଜଗନ୍ନାଥ ସ୍ବେଛାସେବୀ ଅନୁଷ୍ଠାନ (କାଣ୍ଡସର ), ମାନବ ସେବାଶ୍ରମ (ଅନଗୁଳ )ଶେଷ ଜୀବନ ସାଥି (ବନ୍ଦା )ମା ଫାଉଣ୍ଡେସନ (ଚୌଦ୍ୱାର )ମାନବସେବା ମାଧବ ସେବା ଚାରିଟେବୁଲ ଟ୍ରଷ୍ଟ (ଖଣ୍ଡାହତା )କୋହିନୁର କ୍ଲବ (ବଳରାମ ପ୍ରସାଦ )ପ୍ରଭୁତି ଯୋଗଦେଇଥିଲେ lଜିଲ୍ଲା ସମାଜସେବୀ ମହାସଂଘ ର ଏଭଳି କାର୍ଯ୍ୟ କୁ ବିଭିନ୍ନ ମହଲରେ ଢେର ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *