
ଅନୁଗୋଳ ଜିଲ୍ଲା ବଅଁରପାଳ ଛକ ଟ୍ରାଫିକ୍ ନିକଟରେ ଲାଗିଥିବା ବଡ ହାଇମାକ୍ସ ଷ୍ଟ୍ରିଟ ଲାଇଟର ବକେୟା ଇଲେକ୍ଟ୍ରିବିଲ୍ ୧ ଲକ୍ଷ ରୁ ଟଙ୍କା ଥିବାରୁ ଟିପିସିଓଡିଏଲ କମ୍ପାନୀ ପକ୍ଷରୁ ବିଜୁଳି ସଂଯୋଗ କାଟି ଦେଇଛନ୍ତି l ଯାହା ଫଳରେ ଛକ ଅଞ୍ଚଳ ଅନ୍ଧାର ମୟ ହୋଇ ରହିଚି । ପାଞ୍ଚଗଡ଼ ର ସୌନ୍ଦର୍ଯ୍ୟ ଉପରେ ଆଘାତ ଲାଗିଛି l ଅନ୍ୟପକ୍ଷରେ ଅପରାଧି ମାନେ ସୁଯୋଗ ର ଲାଭ ଉଠାଇ ଚୋରି ଡକାୟତି ହେବାର ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି।

ସେହିପରି ବଅଁରପାଳ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ପରିସରରେ ଥିବା ପମ୍ପ ହାଉସ ରେ ମଧ୍ୟ ଇଲେକ୍ଟ୍ରି ସଂଯୋଗ ୨ ଦିନ ହେବ ବିଛିନ୍ନ କରିଥିବା ଜଣାପଡିଛି l ଯାହା ଫଳରେ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ, ଦିବ୍ୟଦର୍ଶନ ଶିଶୁମନ୍ଦିର ସ୍କୁଲ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ତାମଡ଼ା ବଜାର, ତଳସାହି, ବଅଁରପାଳ ଅଞ୍ଚଳ ରେ ପାନିୟ ଜଳ ଯୋଗାଣ ବନ୍ଦ ହୋଇ ଯାଇଛି l ଏ ସମ୍ପର୍କ ରେ ବଅଁରପାଳ ସରପଞ୍ଚ ଅନୁସୟା ଗଡ଼ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଏହା ସ୍ମାର୍ଟ ମିଟର ଲାଗିଛି ଯାହା ଫଳରେ ନିର୍ଦ୍ଧାରିତ ବିଲ ରୁ ଅଧିକ ହେଲେ ବିଜୁଳି ସଂସ୍ଥା ସଂଯୋଗ ବିଚ୍ଛିନ୍ନ କରୁଛନ୍ତି। ପଞ୍ଚାୟତରେ ନିର୍ବାହୀ ଅଧିକାରୀ ନଥିଲେ ଯାହାକି ବିଦ୍ୟୁତ୍ ବିଲ୍ ଦେବାରେ ବିଳମ୍ବ ହୋଇଥିଲା। ବିଲ ପୈଠ ହୋଇଯାଇଚି ଯଥାଶୀଘ୍ର ଏହାର ସମାଧାନ ହୋଇଯିବ।
