ଅନୁଗୋଳ ଜିଲ୍ଲା ନବରତ୍ନ କାରଖାନା ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସ୍ ବି ରେ କାର୍ଯ୍ୟରତ ଶ୍ରମିକ ଲାଡାଲ ଟ୍ରଲର ଧକ୍କା ଦେବା ଫଳର ଶ୍ରମିକ ର ମୃତ୍ଯୁ ଘଟିଛି। ତେବେ ମୃତ୍ୟୁ ଶ୍ରମିକର ଜଣଙ୍କ ହେଲେ ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ଗ୍ରାମର ମନୋଜ ପାଲ। ମନୋଜ ଆଜିକୁ ପ୍ରାୟ ୨୦ ବର୍ଷ ହେବ କାରଖାନା ରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।

ସେ ମାମା କନଷ୍ଟ୍ରକସନ ରେ ଠିକା ଶ୍ରମିକ ଭାବେ ଆଜି “ଏ” ଶିଫ୍ଟ ଡ୍ୟୁଟି କରୁଥିଲେ। ଦିନ ୯ ଘଟିକା ସମୟରେ ଲାଡାଲ ଟ୍ରଲର ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ତାହାର ସୂଚନା ଦେବାକୁ ନେଇ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ମୃତ୍ୟୁ ପରିବାର ପକ୍ଷରୁ ୫୦ଲକ୍ଷ ଟଙ୍କା,ଠିକା ଶ୍ରମିକ ନିଯୁକ୍ତି, ଶବ
ଦାହ ୨,୫୦୦୦୦/-ଟଙ୍କା ଓ ଧକ୍କା ଦେଇଥିବା ଗାଡିର ଇନୁସୁରାନ୍ସ ଟଙ୍କା ତୁରନ୍ତ ଦିଆଯିବା କୁ ଦାବି ହୋଇଛି । ଏହି ଦାବି ରେ ଗ୍ରାମ ସରପଞ୍ଚ, ପରିବାରବର୍ଗ, କନଷ୍ଟ୍ରକସନ୍ ଆସୋସିଏସନ ଓ ସମସ୍ତ ଶ୍ରମିକ ଆସୋସିଏସନ ମଧ୍ୟ ଦାବି ଦେଇ ଧାରଣା ଦେଇଥିଲେ ।

ଧାରଣା ରେ ଉତ୍ତେଜନା ପରିସ୍ଥିତି ପରେ ନାଲକୋ ଅଧିକାରୀ ଙ୍କ ଉପସ୍ଥିତିରେ ମୃତ ଶ୍ରମିକ ପାଇଁ ୧୫ ଲକ୍ଷ ସହାୟତା ରାଶି ପ୍ରଦାନ କରିବା ସହ ପରିବାର ଜଣଙ୍କୁ ଠିକା ନିଯୁକ୍ତି ଓ ପରିବାର ବର୍ଗ ପାଇଁ ଇଏସଆଇ, ଇପିଏଫ, ଓ ଅନ୍ୟନ୍ୟ ସମସ୍ତ ସୁବିଧା କିପରି ଯଥାଶୀଘ୍ର ମିଳିପାରିବ ସେଥିନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଠିକା ସଂସ୍ଥା ମିଳିତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ପରେ ଧାରଣା ଭାଙ୍ଗି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା। ଠିକା ସଂସ୍ଥା ପକ୍ଷରୁ ଶୁଦ୍ଧିକ୍ରିୟା ପାଇଁ ପରିବାରବର୍ଗ ଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।

