• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଦେହାନ୍ତ ରେ ଶେଷ ଦର୍ଶନ ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

Bymamatanews

Nov 26, 2024
Spread the love

କେନ୍ଦୁଝର ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ତାଙ୍କ ଶେଷ ଦର୍ଶନ ରେ ଆଜି ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀ ନିରଞ୍ଜନ ୧୯୯୨ ମସିହାରୁ ବିଜେପି ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ୨୦୦୦ ମସିହାରୁ ଅତି ଘନିଷ୍ଠତା ଥିଲେ । ପ୍ରତେକ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଛାଇ ପରି ରହି ଆସୁଥିଲେ ।

ଆଜି ତାଙ୍କ ଅକାଳ ବିୟୋଗର ଖବର ପାଇ ମୁଖ୍ୟମନ୍ତ୍ରୀ ତାଙ୍କ ବିଭିନ୍ନ ଜରୁରୀ କାର୍ଯ୍ୟକ୍ରମ ସବୁକୁ ବାତିଲ କରି ନିରଞ୍ଜନଙ୍କ ଶେଷ ଦର୍ଶନ କରିବା ସହ ପରିବାର ବର୍ଗକୁ ସମବେଦନା ଜଣାଇବା ପାଇଁ କେନ୍ଦୁଝର ସ୍ଥିତ ତାଙ୍କ ବାସଭବନକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ନିରଞ୍ଜନ ଙ୍କ ବାସ ଭବନ ରେ ପହଞ୍ଚି ତାଙ୍କ ମର ଶରୀର ରେ ପୁଷ୍ପ ମାଲ୍ୟ ଆାର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ଧର୍ମପତ୍ନୀ ଙ୍କୁ କହିଥିଲେ ନିରଞ୍ଜନ ମୋର ଅତି ଆପଣାର ସେ ମୋ ମନ ଭିତରେ ସବୁ ଦିନ ପାଇଁ ରହିବ । ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଆପଣ ମାନଙ୍କ ସହ ସବୁ ବେଳେ ଅଛି | ବର୍ତମାନ ତାଙ୍କ ପରିବାର କିପରି ଥଇଥାନ ହେବ ତାର ବ୍ୟବସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଛନ୍ତି |

ରଞ୍ଜନ ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *