
ବିଡିଓ ଙ୍କୁ ଘେରି ବସିଛନ୍ତି ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ଅଧ୍ୟକ୍ଷା | ଦୀର୍ଘ ସମୟ ଧରି ନିଜ ଚାମ୍ବର ରୁ ବାହାରି ପାରିଲେ ନାହିଁ ଖୋଦ ବିଡିଓ | ଏଭଳି ଜଘନ୍ୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ | ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବିଡିଓ ଙ୍କୁ ଘେରାଉ କରି ତାଙ୍କ ଚାମ୍ବର ଭିତରେ ତଳେ ବସି ରହିଥିବା ଦେଖିବାକୁ ମିଳିଛି | ଗତ ୨୨ ତାରିଖରେ ପଞ୍ଚାୟତ ସମିତି ବୈଠକ ହେବାକୁ ନିଷ୍ପତି ହୋଇଥିବା ବେଳେ ବିଡିଓ କାହାକୁ ଚିଠି ନକରିବାରୁ ବୈଠକ ବାତିଲ ହୋଇଥିଲା |

ବିଡିଓ ଙ୍କ ମନମୁଖୀ କାର୍ଯ୍ଯ ପାଇଁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଆସି ଏଭଳି ଭାବେ ବିଡିଓ ଙ୍କୁ ଘେରି ବସିଥିବା ଦେଖିବାକୁ ମିଳିଛି | ବିଡିଓ ଙ୍କ କାର୍ଯ୍ୟାଳୟ ଭିତରେ ସମସ୍ତେ ବସିଥିବାରୁ ବିଡିଓ ବାହାରକୁ ବାହାରି ପାରୁ ନଥିବା ଦେଖିବାକୁ ମିଳିଥିଲା | ବିଡିଓ ମନମୁଖୀ କାର୍ଯ୍ଯ କରି ଚାପର ବଶବର୍ତ୍ତୀ ହୋଇ ପଞ୍ଚାୟତ ସମିତି ର ବୈଠକ କୁ ଆସିବା ପାଇଁ କାହାରିକୁ ପତ୍ର ଲେଖିଲେ ନାହିଁ ବୋଲି ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଅଭିଯୋଗ କରି ବସି ରହିଛନ୍ତି |
Like, subscribe, comments
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
