
ଅନୁଗୋଳ ଜିଲ୍ଲା ନତଡ଼ା ପଞ୍ଚାୟତର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ଵାରା ନିରାଶ୍ରୟ ଲୋକ ମାନେ ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଜାଗାରେ କମ୍ବଳ ବଣ୍ଟନ କରିଥିଲେ। ପ୍ରଥମେ ମା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ବସିଥିବା ନିରାଶ୍ରୟ ମାନଙ୍କୁ କମ୍ବଳ, ଶୁଖିଲା ଖାଦ୍ୟ ବଣ୍ଟନ କରି ସହ ନାଲକୋ ଶନି ମନ୍ଦିର ଓ ପରିଶେଷରେ କେଦାର ଗୌରୀ ଧନ୍ଦା ମୁଳକ ତାଲିମ୍ କେନ୍ଦ୍ରରେ ଥିବା ଅନ୍ଧ, ମୂକ, ବଧିର ଭାଇ ଭଉଣି ମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ, ଉକ୍ତ କାର୍ଯକ୍ରମଟି ନତଡା ପଞ୍ଚାୟତ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂଯୋଜକ ହାଡିବନ୍ଧୁ ସାହୁ , ଧନଞ୍ଜୟ ଦେହୁରୀ, ଅନିଲ କୁମାର ସାହୁ ଙ୍କ ସହ ବଜରଙ୍ଗ ଦଳର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅର୍ନ୍ତରାଷ୍ଟ୍ରୀୟ ମାନବାଧିକାର ଅନୁଗୋଳ ସଭପତି, ସମଜସେବୀ ପଦ୍ମାକ୍ଷୀ ସିଂହ, ସ୍କୋଏ ସଙ୍ଘର ଉପସଭାପତି ଓ ଅନୁଗୋଳ ତାଇକୋଣ୍ଡୋ ସଂଘ ର ସମ୍ପାଦକ (ପ୍ରତିଷ୍ଠାତା) ଦୁଷ୍ୟନ୍ତ କୁମାର ନାଥ, ଅନୁଗୋଳ ଜିଲ୍ଲା ସମାଜ ସେବୀ ମହାସଂଘର ସଭାପତି ସୁଧାକର ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ସାଧୁବାଦ୍ ଜଣାଇଁ ଛନ୍ତି। ଏହିଭଳି ମହତ୍ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ବଜରଙ୍ଗ ଦଳର ସଂଯୋଜକ ହାଡିବନ୍ଧୁ ସାହୁ ପ୍ରକାଶ କରିଛନ୍ତି।
