ବର୍ତ୍ତମାନ ସମୟରେ ଗ୍ରାହକ ମାନେ ଅନଲାଇନ ସପିଙ୍ଗ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କିନ୍ତୁ ଏହାର ଦୁରୁପଯୋଗ କଲେ କେତେ ସାଙ୍ଘାତିକ ହୋଇପାରେ ତାହା କେବେ ଭାବିନଥିବେ ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅମ୍ବାଭୋନା ଗ୍ରାମରେ । ସୋମବାର ସକାଳ ୧୦.୨୦ ମିନିଟ ସମୟରେ ଅମ୍ବାଭୋନା କେଦାରନାଥ ମନ୍ଦିର ନିକଟରେ କୋରିଅର ଡେଲିଭରି ବୟ ଅରବିନ୍ଦ ଜାମଡୋଲିଆ ଏକ ମୋବାଇଲ ପାର୍ସଲ ଦେବାକୁ ଆସିଥିଲେ ।

ସେଠାରେ ପାର୍ସଲ ଡେଲିଭରି ବୟ ପାର୍ସଲ ମଗାଇଥିବା ଯୁବକ ଅଜୟ ସିଂଙ୍କୁ ଅନଲାଇନ ଅଡ଼ର ଥିବା ମୋବାଇଲ ଫୋନ ଟି ବାହାର କରି ତାଙ୍କ ବାଇକ ଉପରେ ରଖିଥିଲେ ।ହଠାତ ଅଜୟ ଶିଶୁ ଖେଳନା ନୋଟର ଏକ ବଣ୍ଡଳ ଧରାଇ ପାର୍ସଲ ବୟକୁ ଧକ୍କା ମାରି ମୋବାଇଲଟି ଛଡାଇ ଅମ୍ବାଭୋନା ମନ୍ଦିର ପଛ ପଟକୁ ଦୈଡ଼ି ପଳାଇଲାଥିଲା ।ଘଟଣାଟି ସଙ୍ଗେ ସଙ୍ଗେ ଅମ୍ବାଭୋନା ପୋଲିସର ନଜର କୁ ଆସିବା ମାତ୍ରେ ଅମ୍ବାଭୋନା ଥାନାଅଧିକାରୀ ଶ୍ରୀ ବିପିନ ବାଗ ତାଙ୍କ ପୋଲିସ ବାହିନୀ ସହ ମନ୍ଦିରକୁ ପହଞ୍ଚି ଚୋରକୁ ଖୋଜିବାରେ ଲାଗିପଡିଥିଲେ ।ଏହି ଘଟଣାଟି ଅମ୍ବାଭୋନାର ଯୁବ ସ୍ବେଚ୍ଛାସେବୀ ଏବଂ ବୁଦ୍ଧିଜୀବି ମହଲରେ ପହଁଚିବା ମାତ୍ରେ ସମସ୍ତେ ମିଶି ପୋଲିସକୁ ସାହାଯ୍ୟ ପାଇଁ ବାହାରିପଡିଥିଲେ ।ଅମ୍ବାଭୋନା ଅଞ୍ଚଳବାସୀ ଏବଂ ପୋଲିସ ପ୍ରଶାସନ ର ଦୁଇ ଘଣ୍ଟା ପରିଶ୍ରମ ପରେ ଚୋରକୁ କାବୁ କରିବାରେ ସକ୍ଷମ ହୋଇଥିଲେ।ଏହି ଘଟଣାକୁ ନେଇ ଅମ୍ବାଭୋନା ଥାନାରେ କେସ ନମ୍ବର ୨୨୮/୨୫.୧୧.୨୦୨୪ ଦଫା ୩୦୯(୬) ବି.ନ.ସ ଅନୁଯାୟୀ ମାମଲା ରୁଜ୍ଜୁ କରି ଆଜି ଅପରାଧି ଅଜୟ ସିଂ କୁ ଗିରଫ କରି ବରଗଡ଼ କୋର୍ଟକୁ ପଠାଯାଇଛି।
