• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ଏଆରଆଇ,

Bymamatanews

Dec 26, 2024
Spread the love

ଏକକାଳୀନ ୮ ଟି ସ୍ଥାନରେ ଚଢ଼ାଉ ଆରମ୍ଭ କଲେ ଭିଜିଲାନ୍ସ

ବୋରିଗୁମ୍ମା: ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଆସିଷ୍ଟାଣ୍ଟ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେଉଛି। ବର୍ତ୍ତମାନ ସେ ଆରଆଇ ପୋଷ୍ଟରେ ଇନଚାର୍ଜ ଅଛନ୍ତି।

ବୋରିଗୁମ୍ମାରେ ଥିବା ଏକ ବିଲ୍ଡିଂ ସହ ସରକାରୀ ଅଫିସ ଚାମ୍ବରରେ ଚଢ଼ାଉ ହୋଇଛି।

ବୋରିଗୁମ୍ମାରେ ଆବାସିକ ଦୁଇ ମହଲା ଘରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଝିଅଙ୍କ ଭଡା ଘର, ରଣସପୁରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର ଓ ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ।

ଆଜି ସକାଳୁ ସକାଳୁ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ଏହି ଚଢ଼ାଉରେ ୩ ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର, ୫ଜଣ ଏଏସଆଇ ଓ ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *