• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିରୋ ନାଇଟ ସେଲିବ୍ରେସନ ନେଇ କମିଶନରେଟ ପୋଲିସ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି

Bymamatanews

Dec 26, 2024
Spread the love

ଭୂବନେଶ୍ୱର : ଟ୍ବିନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ । ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୋଲିସ । ନିଶାସକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୋଲିସ। ଲୋକଙ୍କୁ ଯଦି କୌଣସି ଅସୁବିଧା ହୁଏ ତେବେ ବନ୍ଧା ହେବେ ଉତ୍ପାତତ୍କାରୀ । ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିଶନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି । ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ।

Leave a Reply

Your email address will not be published. Required fields are marked *