• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜ଼ିଲ୍ଲା ଆଇନୀଜୀବି ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Dec 26, 2024
Spread the love


ଜଗତସିଂହପୁର(୨୬/୧୨/୨୦୨୪) : ଜଗତସିଂହପୁର ଜ଼ିଲ୍ଲା ଆଇନୀଜୀବି ମାନଙ୍କ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ସୁଶାସନ ଦିବସ ସ୍ଥାନୀୟ ଧଲତଙ୍ଗଗଡ଼ ପରିସର ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଚପେୟୀ ଙ୍କ ଜୀବନୀ ଓ କାର୍ଯ୍ୟ କଳାପକୁ ଭୃଇଅସି ପ୍ରଶଂସା କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଅଧିବକ୍ତା ପରିଷଦ ର ସଭାପତି ସୁବାଷ ଚନ୍ଦ୍ର ମହାନ୍ତି, ରଣଜିତ କୁମାର ବେହେରା, ଦେବପ୍ରିତି ଦାସ, ଦୁଷ୍ମନ୍ତ କୁମାର ବାରିକ, ଅଜିତ କୁମାର ରାଉତରାୟ, ଶକ୍ତି ପ୍ରସାଦ ମିଶ୍ର, ସୁବାଷ ଚନ୍ଦ୍ର ମହାପାତ୍ର, ତନ୍ମୟ କୁମାର ମହାନ୍ତି, ପ୍ରଭାତ କୁମାର ନାୟକ, ସନ୍ତୋଷ କୁମାର ଦାସ, ଅସିତ କୁମାର ସ୍ୱାଇଁ, ସୂର୍ଯ୍ୟ ନାରାୟଣ ଦାସ, ସୁଦର୍ଶନ ଭୋଇ, ଅଞ୍ଜନ କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ଓଝା, ସତ୍ୟ ରଞ୍ଜନ ପଣ୍ଡା, ପ୍ରମୁଖ ଆଇନୀଜୀବି ମାନେ ଅଦିନିଆ କ୍ରମାଗତ ବର୍ଷାକୁ ଖାତିର ନକରି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ | ପରିଶେଷରେ ଆଇନୀଜୀବି ମାନେ ଜ଼ିଲ୍ଲା ନ୍ୟାୟକେନ୍ଦ୍ର ଜଗତସିଂହପୁର ଠାରେ ସ୍ଥାପନ ପାଇଁ ବିଧାୟକ ଙ୍କ ନିକଟରେ ରେ ଦାବି ଉପସ୍ଥାପନା କରିଥିଲେ |ବିଧାୟକ ଶ୍ରୀ ଦାସ ନ୍ୟାୟ କେନ୍ଦ୍ର ର ଭିତିଭୂମି ଓ ନିର୍ମାଣ କାର୍ଯ୍ୟ ଖୁଵ ଶୀଘ୍ର କରାଇବା ପାଇଁ ଆଇନୀଜୀବି ମାନଙ୍କୁ ପ୍ରତିଶୃତି ପ୍ରଦାନ କରିଵା ସହିତ ଅସହାୟ ମାନଙ୍କୁ କିପରି ନ୍ୟାୟ ମିଳିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *