• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୩୩ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Bymamatanews

Dec 26, 2024
Spread the love

ଟୁର୍ନାମେଣ୍ଟର ତୃତୀୟ କ୍ଵାଟରଫାଇନାଲ ମ୍ୟାଚ ଭୁବନ କ୍ରିକେଟ କ୍ଲବ ( ଭୁବନ ) ବନାମ ଗୁଲବାର କ୍ରିକେଟ କ୍ଲବ ( କର୍ଣାଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନ ପ୍ରଥମେ ଟର୍ଚ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କର୍ଣ୍ଣାଟକ ପ୍ରଥମେ ଟ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୫ ଓଭର ମ୍ୟାଚ ଖେଳି ମୂଲ୍ୟବାନ ସମସ୍ତ ୧୦ଗୋଟି ୱିକେଟ ହରାଇ ୧୭୫ରନ କଟକ ବିରୁଦ୍ଧ ରେ ବିଜୟ ଲକ୍ଷ ଦେଇଥିଲା।ଦଳ ପକ୍ଷରୁ ସର୍ବାଧିକ ସନମୟ ରୁଦ୍ରଆ୍ୱାଡି ୪୨ଟି ବଲ ଖେଳି ୫୬ ରନ ଯେଉଁଥିରେ କି ୬ଟି ଚୌକା ଓ ୩ଟି ବିଶାଳକାୟ ଛକା ଦେଖିବାକୁ ମିଳିଥିଲା। ଅଭିଷେକ ଏସ.କେ ୨୨ ଟି ବଲ ଖେଳି ୨୫ ରନ କରିଥିଲେ। ଭୁବନ ଦଳ ପକ୍ଷ ରୁ ସର୍ବାଧିକ ଗୁରୁଦେବ ୫ ଓଭର ବୋଲିଂ କରି ୨୭ ରନ ଦେଇ ମୂଲ୍ୟବାନ ୪ ଟି ଓ୍ବିକେଟ ଓ ପ୍ରଭାତ ମହାରଣା ୫ଓଭର ବୋଲିଂ କରି ୨୩ରନ ଦେଇ ୩ଟି ଓ୍ବିକେଟ ଅକ୍ତିଆୟାର କରିଥିଲେ। ଜବାବ ରେ ଭୁବନ ୧୭୫ ରନ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ ୨୨.୪ଓଭର ଖେଳି ଦଳର ମୂଲ୍ୟବାନ ସମସ୍ତ ବିକେଟ ହରାଇ ୧୨୯ରନ ସଂଗ୍ରହ କରି ପରାଜୟ ହୋଇଥିଲେ ,। ଦଳ ପକ୍ଷରୁ ସର୍ବାଧିକ ଲକ୍ଷ୍ମୀଧର ସାହୁ ୨୯ଟି ବଲ ଖେଳି ୩୫ରନ କରିଥିଲେ ସେଥିରେ ୪ଟି ବିଶାଳକାୟ ଛକା ସାମିଲ ଥିଲା। କର୍ଣ୍ଣାଟକ ପକ୍ଷରୁ ସର୍ବାଧିକ କାଲିସ ୫ ଓଭର ବୋଲିଂ କରି ୧ ଓଭର ମେଡେନ ନେଇ ୧୫ରନ ବ୍ୟୟ ରେ ମୂଲ୍ୟବାନ ୩ ଗୋଟି ଓ୍ବିକେଟ ଅକ୍ତିଆର କରିଥିଲେ। ଭୁବନ କପ ର ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ରେ କର୍ଣ୍ଣାଟକ ଭୁବନ କୁ ୪୫ରନ ରେ ପରାସ୍ତ କଲା। ଆଜିର ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ କାଲିସ ବିବେଚିତ ହୋଇଥିଲେ। ଆଜିର ମ୍ୟାଚ ରେ ସମ୍ମାନିତ ଅତିଥି ଅଜିତ କୁମାର ବେହେରା ( ଅଧ୍ୟକ୍ଷ , ବାଜିରାଉତ ମେମୋରିଆଲ ମହାବିଦ୍ୟାଳୟ ), ଶ୍ରୀଯୁକ୍ତ ମାୟାଧର ସାହୁ ( ପୂର୍ବତ୍ତନ ଉପ ନଗରପାଳ , ଭୁବନ ଏନ. ଏ. ସି ), ଶ୍ରୀଯୁକ୍ତ ସଞ୍ଜୟ ଦାସ ( ସୋସିଆଲ ଆକ୍ଟିଭିଟି, ନୋମିନି MLA ଭୁବନ ବ୍ଲକ. । ଦୁଇ ବରିଷ୍ଠ ଓସିଏ ପ୍ୟାନେଲ ଆମ୍ପୟାର
ଶ୍ରୀଯୁକ୍ତ ସବ୍ୟସାଚୀ ସାହା ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଖେଳ ପରିଚାଳନା କରିଥିଲେ

ଭୁବନ କ୍ରିକେଟ କ୍ଲବ ର ବରିଷ୍ଠ ସଦସ୍ୟ ଅମିତାଭ ସାହୁ ମଞ୍ଚ ପରିଚାଳନା କରିଥିଲେ
ଧାରା ବିବରଣୀ – ସୂର୍ଯ୍ୟପ୍ରକାଶ ରାଉତ ,
ସ୍କୋରର- ସଂଜୀବ କୁମାର ନାୟକ ,
Online ସ୍କୋରର – ରାକେଶ ପୃଷ୍ଟି , ସରୋଜ ,ରାଜକିଶୋର , ସ୍କୋରିଙ୍ଗ କରିଥିଲେ

ଆସନ୍ତା କାଲି ର ମ୍ୟାଚ

ରକେଟ କ୍ରିକେଟ କ୍ଲବ ( ମୁମ୍ବାଇ ) ବାନାମ ଶେଖର ସ୍ପୋର୍ଟିଂ (ଭୁବନେଶ୍ୱର ) ସହିତ ଅନୁଷ୍ଠିତ ହେବ

Leave a Reply

Your email address will not be published. Required fields are marked *