ଆଜି ସାଧାରଣତନ୍ତ୍ର ଦିବସ ଅବସରରେ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଖଡ଼ଗ ପ୍ରସାଦ ଗ୍ରାମ ଠାରୁ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ ଓ କ୍ଷତିଗ୍ରସ୍ତ ପ୍ରଜାସଂଘର ସଭାପତି ଶ୍ରୀ ଗଙ୍ଗାଧର ସାମଲଙ୍କୁ ମହେଶ୍ଵର ବେହେରାଙ୍କ ନେତୃତ୍ବରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ଵାଗତ କରିବା ସହିତ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ଢେଙ୍କାନାଳ ଜିଲ୍ଲା ସୀମାନ୍ତ ଗ୍ରିଡକୋ ସାମ୍ନାରେ ଥିବା ସଭାସ୍ଥଳରେ ପହଞ୍ଚିଥିଲେ । ସମ୍ମାନିତ ଅତିଥି କ୍ଷତିଗ୍ରସ୍ତ ପ୍ରଜାସଂଘର ନରେନ୍ଦ୍ର କୁମାର ସାହୁ, ବିନୋଦ ସାହୁ, ସମ୍ପାଦକ ବିଜୟ ଧଳ ସମେତ ନାରୀ ନେତ୍ରୀ ସବିତା ନାଏକ, ଜୟନ୍ତ କୁମାର ନାଥ, ରାମଚନ୍ଦ୍ର ନାଥ ଓ ୧୨ଟି ପଞ୍ଚାୟତର ସରପଞ୍ଚ, ସରପଞ୍ଚଙ୍କ ପ୍ରାଥୀ, ସମିତିସଭ୍ଯ ଓ ପୂର୍ବତନ ସରପଞ୍ଚ ମାନେ ଉପସ୍ଥିତ ଥିଲେ। ସଭାସ୍ଥଳ ରେ ମୁଖ୍ୟଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ କୁନିକୁନି ପିଲା ଓ ଆଖାପାଖ ଅଞ୍ଚଳର ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଅତିଥି ଓ ଗ୍ରାମବାସୀ ସଭାସ୍ଥଳ ରେ ପହଞ୍ଚି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିଥି ମାନେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କଳକାରଖାନା ବିଷୟରେ ଅତିଥିଙ୍କୁ ବିଭିନ୍ନ ସମସ୍ୟା ଜଣାଇଥିଲେ। କାରଖାନାର କତୃପକ୍ଷ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବାହାନାରେ ଅଞ୍ଚଳବାସୀଙ୍କୁ ଚାକିରି ରୁ ବିତାଡିତ କରିବା ଭଳି ଅଭିଯୋଗ କରିଛନ୍ତି ଯୁବବର୍ଗ। ଆଖପାଖ ଅଞ୍ଚଳର ସରପଞ୍ଚ ମାନେ ନିଜର ବକ୍ତବ୍ୟରେ କହିଥିଲେ କି ସ୍ଵାଧୀନତା ପୂର୍ବରୁ ଆମେ ବ୍ରିଟିଶ ସହ ଲଢିବାକୁ ଏକତ୍ରୀତ ହୋଇଥିଲେ କିନ୍ତୁ ସ୍ଵାଧୀନତା ପରେ ନିଜର ପୋଡି ଯାଉଥିବା ପେଟ ପାଇଁ ପୁଣି ଥରେ ଏକତା ହେବାପାଇଁ ଆହ୍ଵାନ କରିଥିଲେ। ଶେଷରେ ମହେଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ଭଙ୍ଗ କରିଥିଲେ।
