• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଲଭ ସେକ୍ସ, ଧୋକା ନେଇ ଥାନା ଦ୍ୱାରସ୍ଥ ହେଲେ ଯୁବତୀ

Bymamatanews

Mar 27, 2025
Spread the love

ସାତ ସପନ ଦେଖାଇ ଦେଇଥିଲା କେତେ ଆଶା ହେଲେ ଅଧା ନଇ ରେ ଭସାଇ ଦେଇ ମାର୍କେଟରେ ଛାଡି ଚାଲିଗଲା ପ୍ରେମିକ

ଦିନକୁ ଦିନ ପ୍ରେମ ନାଁରେ ପ୍ରତାରଣା ବଢ଼ି ଚାଲିଛି। ଦେଶ ବିଦେଶ ରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁଠୀ ପ୍ରେମର ପ୍ରତାରଣା ଦେଖିବାକୁ ମିଳୁଛି। କିଏ ପ୍ରେମିକକୁ ମାରି ଦେଉଛି ତ ଆଉ କେଉଁଠି ପ୍ରେମିକା କୁ ମାରି ଦିଆ ଯାଉଛି। ତଥାପି ଯୁବ ଗୋଷ୍ଠୀ ପ୍ରେମରେ ପାଗଳ ହୋଇ ବୁଲୁଛନ୍ତି।

ପ୍ରେମ ନାଁରେ ନିଜକୁ କଳଙ୍କିତ କରି ଦେଉଛନ୍ତି। ଏମିତି ଅନେକ ଗୁଡ଼ିଏ ଘଟଣା ଅନୁଗୋଳ ଜିଲ୍ଲାରେ ମଧ୍ୟ ଘଟି ଚାଲିଛି। ଦେଢ଼ ବର୍ଷ ହେଲା ଭଲ ପାଇଲେ, ପରେ ଲୁଚିକି ବିବାହ କଲେ। ବିବାହ ପରେ ପ୍ରେମିକାକୁ ଛାଡି ପ୍ରେମିକ ଫେରାର ହୋଇଗଲା। ପ୍ରେମିକା ଗର୍ଭବତୀ ଥିବା ବେଳେ ପ୍ରେମିକଙ୍କୁ ପାଇବା ପାଇଁ ଥାନର ଦ୍ବାରସ୍ଥ ହେଇଛନ୍ତି ପ୍ରେମିକା। ଏମିତି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୁଆହତା ଅଞ୍ଚଳରେ। ଯୁବତୀଙ୍କ ଠାରୁ ମିଳିଥିବା ଖବର ଅନୁସାରେ ଯୁବତୀଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଥାନା ଅଞ୍ଚଳରେ ହୋଇଥିବା ବେଳେ ଯୁବକଙ୍କ ଘର ହିନ୍ଦୋଳ ଥାନା ଅନ୍ତର୍ଗତ ବନମାଳୀ ପୁରରେ ବୋଲି କହିଛନ୍ତି। ଦୁହେଁ ଦୁଇ ଜଣଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ। ୧୦ ଦିନ ହେବ ଯୁବକ ଜଣଙ୍କ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବିବାହ କରି ନୂଆହତା ଅଞ୍ଚଳରେ ରହୁଥିଲେ। ଦୁହେଁ ଶାରିରୀକ ପୂର୍ବରୁ ସମ୍ପର୍କ ରଖିଛନ୍ତି। ପ୍ରେମିକା ଜଣଙ୍କ ଗର୍ଭବତୀ ମଧ୍ଯ ଅଛନ୍ତି। କିନ୍ତୁ ୨୪ ତାରିଖ ଦିନ ଅନୁଗୋଳ ଯିବାକୁ କହି ଆଉ ଘରକୁ ଆସି ନାହାନ୍ତି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *