ସାତକୋଶିଆରେ ପାଣି ବଢ଼ିରେ ଡଙ୍ଗା ଭରସା

ରାସ୍ତା ଉପରେ ଚାରି ଫୁଟର ପାଣି
ଟିକରପଡ଼ା ୨୭/୭ ( ଇମିସ): ସାତକୋଶିଆ ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଚାରୋଟି ଗ୍ରାମର ପ୍ରାୟ ଏକ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମିଳିଥିବା ଖବର ଅନୁସାରେ ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରା ଯାଉଛି। ଶନିବାର ସନ୍ଧ୍ୟା ସୁଧା ୪୫ ଫୁଟ ପାଣି ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରବାହିତ ହୋଇଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଜଳସ୍ତର ବୃଦ୍ଧି ପାଇ ୫୦ ଫୁଟରେ ପାଣି ପ୍ରବାହିତ ହେଉଛି। ଫଳରେ ଟିକରପଡ଼ା ଗ୍ରାମ ପଞ୍ଚାୟତର ମଝିପଡ଼ା, ବେହେରାସାହି, ଅଣାଖଣି ଓ ଗଇନ୍ଦୀ ଗ୍ରାମର ପ୍ରାୟ ଏକ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତାରେ ଚାରି ଫୁଟର ପାଣି ରହିଛି।ଅତି ଜରୁରୀ କାମରେ ଲୋକମାନେ ପାହାଡ ଉପର ଦେଇ ଆସୁଥିବା ବେଳେ କିଛି ଲୋକ ଡଙ୍ଗାରେ ଯାଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏହି ଚାରୋଟି ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଚାରି ଫୁଟର ପାଣି ରହିଛି। ତେଣୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
