ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ବାରଗୌଣିଆ ଗ୍ରାମରେ ପଇଡପଡ଼ିବାରୁ ୧୩ ବର୍ଷର ନାବାଳକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବାରଗୌଣିଆ ଗ୍ରାମର ହରିହର ନାଏକଙ୍କ ପୁଅ ରିତେଶ ନାଏକ (୧୩) ଆଜି ସକାଳେ ପଇଡ ଗଛ ମୂଳେ ଥିବା ବେଳେ ଗୋଟିଏ ଶୁଖିଲା ପଇଡ ରିତେଶଙ୍କ ଡାହାଣ ଆଖି ଉପରେ ପଡ଼ିବାରୁ ଆଖିପତା ଫାଟି ଯାଇଛି। ଫଳରେ ପରିବାର ଲୋକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି।
