• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୁଅର କଟୁରୀ ଚୋଟରେ ବାପା ଗୁରୁତ୍ତର

Bymamatanews

Jul 27, 2025
Spread the love

ଅନୁଗୋଳ ଜିଲ୍ଲା ବାଗେଡିଆ ଥାନା ଅନ୍ତର୍ଗତ ବାଗେଡିଆ ଅଞ୍ଚଳରେ ପୁଅର କଟରା ଚୋଟରେ ବାପା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ବାଗେଡିଆ ଗ୍ରାମର ଭାସ୍କର ପ୍ରଧାନ (୬୨) ଙ୍କୁ ତାଙ୍କ ପୁଅ ଗୋଟିଏ କଟରାରେ ମୁହଁକୁ ଆକ୍ରମଣ କରିଥିଲା। ଫଳରେ ଭାସ୍କରଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଡାହାଣ କାନ୍ଧରେ ମଧ୍ଯ ଆଘାତ ଲାଗିଛି। ଭାସ୍କରଙ୍କ ଝିଅ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଉଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ଭାସ୍କରଙ୍କୁ ତାଙ୍କ ପୁଅ ମାଡ ମାରିଥିବା ବେଳେ ଗୋଟିଏ ବାଟୋଳିଖୋଳାରେ ମଧ୍ଯ ମାରିଥିଲେ। ତେଣୁ ଭାସ୍କର ବାଗେଡିଆ ଥାନାରେ ଅଭିଯୋଗ କରିଥିଲେ। ପୁଣି ଆଜି କଟରାରେ ଆକ୍ରମଣ କରିଥିବା ବେଳେ ଏନେଇ ଚିକିତ୍ସା ପରେ ଥାନାରେ କେସ କରିବେ ବୋଲି ଭାସ୍କରଙ୍କ ଝିଅ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *