• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଛାତ୍ରଙ୍କ ଅକାଳ ବିୟୋଗରେ ଅଭିଭାବକ ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Bymamatanews

Jul 27, 2025
Spread the love

ଅନୁଗୋଳ ରୋଟାରୀ ପବ୍ଲିକ୍ ସ୍କୁଲ୍ ର ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କର ବିୟୋଗ ଘଟିଥିବା ଜାଣିବାକୁ ମିଳିଛି। ଅନୁଗୋଳ ରୋଟାରୀ ଅଭିଭାବକ ସଂଘ ପକ୍ଷରୁ ଛାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ସୂଚନା ଯେ, ବଅଁରପାଳ ବ୍ଲକ ଅନ୍ତର୍ଗତ ଅରାହାଟ ଗ୍ରାମର ବିକାଶ ଜେନା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ମାଟିଆସାହି ଅଞ୍ଚଳରେ ଦୀର୍ଘ ଦିନ ହେବ ରହି ଆସୁଛନ୍ତି। ବିକାଶ ଜେନାଙ୍କ ୧୪ ବର୍ଷୀୟ ପୁଅ ଆୟୁଷ୍ମାନ ଜେନା ୨୦୧୪ ମସିହାଠରୁ ରୋଟାରୀ ପବ୍ଲିକ୍ ସ୍କୁଲ ରେ ନର୍ସରୀରୁ ପାଠ ପଢା ଆରମ୍ବ କରିଥିଲେ। ଚଳିତ ବର୍ଷ ସେ ଦଶମ ଶ୍ରେଣୀରେ ପଢୁଥିଲେ। କିନ୍ତୁ ଆୟୁଷ୍ମାନ କାମଳ ରୋଗ ତଥା ଜଣ୍ଡିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ମାସ ୨୫ ତାରିଖ ଦିନ ଆୟୁଷ୍ମାନଙ୍କ ବିୟୋଗ ଘଟିଛି । ଆୟୁଷ୍ମାନଙ୍କ ବିୟୋଗ ରେ ସାରା ସ୍କୁଲ ଏବଂ ଅଭିଭାବକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ରବିବାର ସନ୍ଧ୍ୟା ସମୟରେ ରୋଟାରୀ ସ୍କୁଲ ସମ୍ମୁଖରେ ରୋଟାରୀ ଅଭିଭାବକ ସଂଘ ପକ୍ଷରୁ ଆୟୁଷ୍ମାନଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଆୟୁଷ୍ମାନଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଅଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍କୁଲ୍ କର୍ତ୍ତୁପକ୍ଷ, ଛାତ୍ରଛାତ୍ରୀ ଏବଂ ରୋଟାରୀ ଅଭିଭାବକ ସଂଘ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *