• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଘରେ ପଶି ଚୋରି ମାମଲାରେ କାନାଡ଼ା ବ୍ୟାଙ୍କ କର୍ମଚାରୀ

Bymamatanews

Jul 27, 2025
Spread the love

ଗତ ୨୩ ତାରିଖରେ ଅନୁଗୋଳ ଟାଉନ ଥାନା ତାମ୍ରିତ କଲୋନୀରେ ଭଡା ନେଇ ରହୁଥିବା ବିଜୟ ଠାକୁର ଲିଖିତ ଅଭିଯୋଗ କରିଥିଲେ ଯେ, ୨୩ ତାରିଖ ଦିନ ତାଙ୍କ ଭଡା ଘରୁ କମ୍ପାନୀକୁ କାମ କରିବା ପାଇଁ ଯିବା ବେଳେ ଘର କୁ ତାଲା ଦେଇ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରି ଦେଖିଲା ବେଳକୁ ତାଙ୍କ ଘରର ତାଲା ଭଙ୍ଗାଯାଇ, ଘରେ ଲାଗିଥିବା ଦେଢ ଟନର ସ୍ପ୍ଲିରିଟ ଏସି , ଫ୍ରିଜ , ଡୋର ସ୍କ୍ରିନ -୨ ଟା, ୭ଟି ଝରକା ସ୍କ୍ରୀନ ,ଗୋଟିଏ ବେଡ ସିଟ ଓ ଗୋଟିଏ ଟ୍ରଲି ବ୍ୟାଗ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଅଭିଯୋଗ ପରେ ଅନୁଗୋଳ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ତତ୍ବାବଧାନରେ ଅନୁଗୋଳ ଟାଉନ୍ ଥାନା ଅଧିକାରୀ ଓ ଅନ୍ୟ ସ୍ଟାଫ ମିଶି ଆଖପାଖରେ ଥିବା ସିସିଟିଭି ଫୁଟେଜ କୁ ଆଧାରରେ ତଦନ୍ତ କରିବା ସହ ବିଭନ୍ନ ସ୍ଥାନରେ ପଚରାଉଚରା କରିଥିଲେ । ତଦନ୍ତ ବେଳେ କଟକ କଳଡ଼ାବବ୍ୟାଙ୍କର ଅସିତ କୁମାର ନାଏକ ନାମକ ଜଣେ ଯୁବକ ଏହି ଚୋରି କରିଥିବା ଜଣା ପଡିଥିଲା । ପୋଲିସ ଅସିତ ରହୁଥିବା ଘରେ ଚଢ଼ାଉ କରି ଗୋଟିଏ ଏସି , ଗୋଟିଏ ଫ୍ରିଜ , ଡୋର ସ୍କ୍ରୀନ, ଗୋଟିଏ ଟ୍ରଲି ବ୍ୟାଗ, ଦୁଇଟି କଟର ମେସିନ , ଗୋଟିଏ ଡ୍ରିଲ ମେସିନ , କଳାରଙ୍ଗର ପୁଲସର ମୋଟର ସାଇକେଲ ଏବଂ ଗୋଟିଏ ସାମସଙ୍ଗ ମୋବାଇଲ ଫୋନ ଜବତ କରିଥିଲା । ସେ ଘରର ତାଲା ଭାଙ୍ଗିବା ପରେ ଏକ ଅଟୋ ଭଡା କରି ଏହି ସବୁ ଜିନିଷ ନେଇ ଯାଇଥିଲା ବୋଲି ପୋଲିସ ଆଗରେ ବଖାଣି ଥିଲା । ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବଢ଼େଇ ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *