• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ଠିକା ମଜଦୁର ସଂଘ ପକ୍ଷରୁ ଇଏସଆଇସି ହସ୍ପିଟାଲ ସମ୍ମୁଖରେ ଧାରଣା

Bymamatanews

Sep 27, 2024
Spread the love

ଗୁରୁବାର ଦିନ ମଧ୍ୟାହ୍ନରେ ନାଲକୋ ଠିକା ମଜଦୁର ସଂଘ (ଏନଟିଏମଏସ) ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସ, ନାଲକୋ, ଅନୁଗୋଳ ଓଡିଶାର ପ୍ରତିନିଧୀମାନେ ବଳରାମ ପ୍ରସାଦ ଠାରେ ଥିବା ଇଏସଆଇସି ହସ୍ପିଟାଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଥିଲେ । ବୀମାଭୁକ୍ତ ବ୍ୟକ୍ତି ମାନେ (ଆଇପି) ସମ୍ମୁଖୀନ ହୋଇଥିବା ନିମ୍ନଲିଖିତ ବିଷୟଗୁଡ଼ିକୁ ଆଲୋକିତ କରିବା ପାଇଁ ଏହି ଧାରଣା କରାଯାଇଥିଲା । ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ରେଫରାଲ୍ ସମସ୍ୟା, ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ମେଡିକାଲ୍ ଇନଷ୍ଟ୍ରୁମେଣ୍ଟସ୍ (ଏକ୍ସ-ରେ, ଅଲଟ୍ରାସାଉଣ୍ଡ) ଏବଂ ମେଡିକାଲ୍ ଷ୍ଟାଫ୍ ,ପର୍ଯ୍ୟାପ୍ତ ଔଷଧ ନାହିଁ , ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସୁବିଧା ପ୍ରଦାନ କରାଯିବା ଏବଂ ଆମ୍ବୁଲାନ୍ସ ଯାନ ବୃଦ୍ଧି କରିବା , କ୍ୟାଣ୍ଟିନ ସୁବିଧା ଯୋଗାଇ ଦେବା ଆଦି ଦାବି ଥିଲା । ଦ୍ୱିତୀୟ ମହଲାରେ ଭର୍ତ୍ତି ହୋଇଥିବା ଇନଡୋର ରୋଗୀଙ୍କ ପାଇଁ ଏସି ର ସୁବିଧା ନଥିବା, ଆସିଥିବା ରୋଗି କିମ୍ବା ତାଙ୍କର ସମ୍ପର୍କୀୟ ମାନଙ୍କୁ ଉତ୍ତମ ବେବହାର ନ ଦେଖାଇବା ଏବଂ ମେଡିକାଲ୍ ର ମୁଖ୍ୟ ପରିଚାଳକ ଆବଶ୍ୟକ ସ୍ଥଳେ ଦେଖା ନ କରିବା । ଏହି ପରି ସମସ୍ତ ପ୍ରକାରର ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଏହି ପରି ୭ ଦଫା ଦାବୀ ନେଇ ନାଲକୋ ଠିକା ମଜଦୁର ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଯଦି ଏହାର ସ୍ଥାୟୀ ସମାଧାନ ନ ହୁଏ ଆଗାମୀ ଦିନରେ ବଡ ଧରଣରର ଆନ୍ଦୋଳନ ହେବ ବୋଲି ଓଡ଼ିଶା ଠିକା ମଜଦୁର ମହାସଂଘର ସାଧାରଣ ସମ୍ପାଦକ ବିଭୂତି ମହାପାତ୍ର ଚେତାବନୀ ଦେଇଛନ୍ତି । ଏହି ଧାରାରେ ସାଧାରଣ ସମ୍ପାଦକ ପ୍ରକାଶ ରାଉତ, କାର୍ଯ୍ୟକାରୀ ସଭାପତି ବାଇଧର ସାମଲ, ଦେବରାଜ ବେହେରା,ରମାକାନ୍ତ ପଣ୍ଡା, ବିଜୟ ସାହୁ, ସୁଶାନ୍ତ ପ୍ରଧାନ, ଶ୍ରୀଧର ପାତ୍ର, କେସବ ସାହୁ, ସାନ୍ତୁନୁ ଅମାନ୍ତ ଓ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *