• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାବାଳିକାକୁ ଅଶ୍ଳିଳ ଭାଷା ଓ ଜାତି ଆକ୍ଷେପ ନେଇ ଫାଇନାନ୍ସ କର୍ମଚାରୀ ଙ୍କ ବିରୋଧରେ ଅଭିଯୋଗ

Bymamatanews

Sep 27, 2024
filter: 0; fileterIntensity: 0.0; filterMask: 0; module: video; hw-remosaic: false; touch: (-1.0, -1.0); modeInfo: HDR Beauty ; sceneMode: 0; cct_value: 5272; AI_Scene: (-1, -1); aec_lux: 338.10236; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 38;
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ନୂଆହତା ଗ୍ରାମ ପଞ୍ଚାୟତ ହରିଜନ ସାହି ରେ ନାବାଳିକାକୁ ଅଶ୍ଳିଳ ଭାଷା ଓ ଜାତି ଆକ୍ଷେପ ନେଇ ଫାଇନାନ୍ସ କର୍ମଚାରୀ ଙ୍କ ବିରୋଧରେ ଅଭିଯୋଗ।

ଅଭିଯୋଗକାରୀ ଜଣଙ୍କ ହେଲେ ମାନସ ଗୋଚ୍ଛାୟତଙ୍କ ସ୍ତ୍ରୀ ଗୀତା ଗୋଚ୍ଛାୟତ। ଗୀତଙ୍କ ସୂଚନା ମୁତାବକ ଆଜି ସକାଳ ୭ ଘଟିକା ସମୟରେ ନିକଟସ୍ଥ କାରଖାନାରେ କାମ କରିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ପିପିଲସ ପର୍ଣ୍ଣଶ ନାମକ ଫାଇନାନ୍ସ ସଂସ୍ଥା ର କର୍ମଚାରୀ ସାହି ରେ ପ୍ରବେଶ କରି ଘରେ ମୋର ନାବାଳିକା ଝିଅ କୁ ମୋ ବିଷୟରେ ପଚାରିଥିଲେ। ନାବାଳିକା ଝିଅ ମା ଘରେ ନଥିବା ସୂଚନା ଦେବାପରେ କର୍ମଚାରୀ ଦୁର୍ଯ୍ୟୋଧନ ଦାସ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଜାତି ନେଇ ଆକ୍ଷେପ କରିବାରୁ ଭୟଭୀତ ହୋଇ ଘର କବାଟ ବନ୍ଦ ଲୁଚି ରହିଥିଲେ। କର୍ମଚାରୀ ଜଣଙ୍କ ଏତିକିରେ ସନ୍ତୁଷ୍ଟ ନହୋଇ କବାଟ ଖୋଲ ନହଲେ କବାଟ ଭାଙ୍ଗି ଘରକୁ ପଶିବ ବୋଲି ଧମକ ଦେଇଥିଲେ। ଠିକ୍ ଏହି ସମୟରେ ଗୀତ କାରଖାନାରୁ ଫେରି ଦେଖିବା ବେଳେ ଝିଅ କାନ୍ଦି କାନ୍ଦି ସବୁ ଜଣାଇ ଥିଲେ। ଗୀତା ଏଥିନେଇ ଥାନା ଦ୍ୱାରସ୍ଥ ହୋଇଛନ୍ତି। ଏଠାରେ କଥା ଉଠୁଛି କି ଫାଇନାନ୍ସ ସଂସ୍ଥା କର୍ମଚାରୀଙ୍କ ଟଙ୍କା ଫେରସ୍ତ ନେଇ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ ହେଉଥିବା ବେଳେ ରାତ୍ରି ସମୟରେ ଏକ ନାବାଳିକା କୁ ଏହିପରି ବ୍ୟବହାର କରିବା ଜନସାଧାରଣଙ୍କ ମନରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *