• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିନ୍ଦଲ ଷ୍ଟିଲ ର ବ୍ଲାଷ୍ଟ ଫର୍ଣ୍ଣେସ (୨) ଭଗବତୀ ସୁଭଦ୍ରିକା ର ଶୁଭ ଉଦ୍ଘାଟନ

Bymamatanews

Sep 27, 2025
Spread the love

ଅନୁଗୋଳ ଜିଲ୍ଲାର ଜିନ୍ଦଲ ଷ୍ଟିଲ ଇସ୍ପାତ କାରଖାନାରେ ଦେଶର ଅନ୍ୟତମ ବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ କାର୍ଯ୍ୟ କରିବା ଆରମ୍ଭ କରିଛି। ଏହାକୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ନବୀନ ଜିନ୍ଦଲ ଉଦ୍ଘାଟନ କରିଛନ୍ତି। ଭଗବତୀ ସୁଭଦ୍ରିକା ବ୍ଲାଷ୍ଟ ଫଣ୍ଡେସ-୨ ନାମରେ ନାମିତ ଏହି ପ୍ଲାଣ୍ଟର ହଟ ମେଟାଲ ଉତ୍ପାଦନ କ୍ଷମତା ବାର୍ଷିକ ୪ ନିୟୁତ ଟନରୁ ୯ ନିୟୁତ ଟନକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ଅନୁଗୋଳ ଷ୍ଟିଲ୍ ପ୍ଲାଣ୍ଟ ଗୋଟିଏ ସ୍ଥାନରେ ପରିଚାଳିତ ରାଜ୍ୟର ସର୍ବବୃହତ ଇସ୍ପାତ କାରଖାନା ହୋଇପାରିଛି ବୋଲି କମ୍ପାନୀ ସୂଚନା ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ ନିଜ ସୋସିଆଲ ସାଇଡ ରେ ଜଣାଇଛନ୍ତି , ଅତ୍ୟାଧୁନିକ, ସ୍ବୟଂଚାଳିତ, ଦୃଢ଼ ସୁରକ୍ଷା ବ୍ୟବସ୍ଥା ଓ ବର୍ଷିତ କ୍ଷମତା ସହିତ ୫,୪୯୯ ଘନ ମିଟର ଆୟତନ ବିଶିଷ୍ଟ ଏହି ଫର୍ଡେସ୍ ବିଶ୍ଵର ସବୁଠାରୁ ବଡ଼ ଓ ଉନ୍ନ‌ତ ବ୍ଲାଷ୍ଟ ଫର୍ଣ୍ଣେସ୍ ମଧ୍ୟରୁ ଅନ୍ୟତମ। ଭବିଷ୍ୟତର ପ୍ରକଳ୍ପଗୁଡ଼ିକରେ ପାରାଦୀପରେ ବନ୍ଦର, ସଲରି ସ୍ଳରି ଓ କୋଇଲା ପାଇପଲାଇନ, ଶ୍ରୀଭୂମି ପାୱାର ପ୍ଲାଣ୍ଟ ଓ ନୂଆ କୋକ ଓଭନ୍ ପ୍ଲାଣ୍ଟ ଯୋଜନା ରହିଥ‌ିବା ନେଇ ସେ ସୂଚନା- ଦେଇଥିଲେ।

Leave a Reply

Your email address will not be published. Required fields are marked *