• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାତ୍ୟା ଦାନା ପୁନରୁଦ୍ଧାର ସମ୍ବନ୍ଧିତ ସୂଚନା ଦେଲେ ସରକାର

Bymamatanews

Oct 27, 2024
Spread the love

ବାତ୍ୟା ‘ଦାନା’ ପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ନୟାଗଡ, କଟକ ଓ ଢେଙ୍କାନାଳ ଆଦି ୧୪ଟି ଜିଲ୍ଲା ପ୍ରଭାବିତ ହେଇଛି। ଏଥିରେ ୧୦୮ଟି ବ୍ଲକ୍‌ର ୧୬୭୧ଟି ଗ୍ରାମପଞ୍ଚାୟତ ଓ ୮୩୧୭ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ, ୩୧ଟି ସହରାଞ୍ଚଳ ଅନ୍ତର୍ଗତ ୪୨୬ଟି ୱାର୍ଡର ୩୫,୯୫,୦୧୫  ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ଲକ୍ଷ ୧୦ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି। ବାତ୍ୟା ସମୟରେ ୬୨୧୦ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ୧୧୭୮ଟି କାର୍ଯକ୍ଷମ ଅଛି। ସେଠାରେ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ବ୍ୟବସ୍ଥା ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏବେ ସୁଦ୍ଧା ୨୩୨୨କୁଇଣ୍ଟାଲ ଚୁଡା ଓ ୨୯୭ କୁଇଣ୍ଟାଲ ଗୁଡ ଓ ୭୫୫ ପ୍ୟାକେଟ ପଲିଥିନ ରୋଲ ରିଲିଫ୍ ଆକାରରେ ବଣ୍ଟା ଯାଇଛି। ଲଗାଣ ବର୍ଷା ଯୋଗୁଁ ୬୫୯୮୪୨ରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ୩୩୫ଟି ଡାକ୍ତରୀ ଦଳ ଓ ୨୦୧ଟି ପଶୁଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି। ୧୨୫୦୯୧.୭ ହେକ୍ଟର ଚାଷ ଜମି ଓ ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାଦ୍ଵାରା କୁଡିଆ ଘର, ମାଟିଘର, ଓ ଚାଳଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପଞ୍ଚୟତିରାଜ ବିଭାଗ ପକ୍ଷରୁ  ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। ସ୍ଵତନ୍ତ୍ର ରିଲିଫ କମିଶନର ସମସ୍ତ ବିଭାଗର ସଚିବ ଓ ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରେସ୍ ବିବୃତି ମାଧ୍ୟମରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତୀ ଶ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *