• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମିଥ୍ୟା ଖବରକୁ ନେଇ ପୋଲିସ ନାକେଦମ

Bymamatanews

Oct 27, 2024
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନାକୁ ଏକ ମିଥ୍ୟା ପ୍ରଚାରକୁ ନେଇ ପୋଲିସ ତିନି ଘଣ୍ଟାରୁ ଉର୍ଦ୍ଧ ହଇରାଣ। ସୂଚନା ମୁତାବକ ବଅଁରପାଳ ଥାନା ନିକଟସ୍ଥ ଭୋଗବେରିଣି ଗ୍ରାମରେ ଏକ ବସ୍ତାରେ ଭର୍ତି ହୋଇ ମୃତଦେହ ପ୍ରଚାର ହୋଇଥିଲା। ଏଥିନେଇ ପଞ୍ଚାୟତ ର ସରପଞ୍ଚ ବଅଁରପାଳ ଥାନା କୁ ଖବର ଦେଇଥିଲେ। ଥାନା ପକ୍ଷରୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଞ୍ଚଳ ରେ ଦୁର୍ଗନ୍ଧ ଫାଟି ପଡୁଥିବାରୁ ପୋଲିସ ସନ୍ଦେହକୁ ତ୍ୱରାନ୍ୱିତ କରିବା ପାଇଁ ବସ୍ତାକୁ ପ୍ରଥମେ ଖୋଲିବାକୁ ବନ୍ଦୋବସ୍ତ ଜାରି କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ତାର ମୁହଁ କୁ କାଟି ଦେଖିଥିଲେ କି କିଛି ପଚା ଦୁର୍ଗନ୍ଧ ଭରା ମାଂସ। ବସ୍ତା କୁ ପୁରା କାଟିବା ପରେ ଜଣା ପଡିଥିଲା କି କୌଣସି ମନ୍ଦ ଉଦ୍ଦେଶ୍ୟ ବ୍ୟକ୍ତି ବୁଲା ମୃତ୍ୟୁ କୁକୁରର ମୃତଦେହ।

Leave a Reply

Your email address will not be published. Required fields are marked *