• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦ

Bymamatanews

Oct 27, 2024
Spread the love

(୨୭ /୧୦ /୨୦୨୪) ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମାଣିକଯୋଡି ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣ ରେ ବଟକୃଷ୍ଣ ନାୟକ (୫୮)ଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପରାମର୍ଶ କ୍ରମେ ଢେଙ୍କାନାଳ ସାଂସଦ ଙ୍କ ସମେତ ବିଜେପି ର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ମୃତ ବ୍ୟକ୍ତିଙ୍କର ପରିବାରଙ୍କୁ ଭେଟିଛନ୍ତି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ସମେତ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ଆଠମଲ୍ଲିକ ର ପୂର୍ବତନ ବିଧାୟକ ରମେଶ ସାଏ,କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି ପ୍ରଦୀପ ପ୍ରଧାନ, ଜିଲ୍ଲା ବିଜେପି କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ପ୍ରଭାତ ମିଶ୍ର, ବିଦ୍ୟାଧର ଚିନାରା,ସମିତି ସଭ୍ୟ ରାଜୁ ପଲେଇ, ଅଞ୍ଜନ ପ୍ରଧାନ, ଯଶବନ୍ତ ବେହେରା, ପପୁ ସାହୁ ସମେତ ବହୁତ ବିଜେପି ନେତୃତ୍ୱ ମାଣିକଯୋଡି ଗ୍ରାମରେ ପହଞ୍ଚି ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପରିବାର ଙ୍କୁ ଭେଟିଛନ୍ତି।

ସାଂସଦ ଶ୍ରୀ ପାଣି ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇ ଥିଲେ। ସାଂସଦ ପରିବାର ବର୍ଗ ଙ୍କୁ ଆର୍ଥିକ ସାହାର୍ଯ୍ୟ ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ସରକାର ଙ୍କ ତରଫରୁ ନିୟମାନୁଯାୟୀ ସମସ୍ତ ଅନୁକମ୍ପା ମୂଳକ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବାକୁ ଉକ୍ତ ପ୍ରତିନିଧି ମଣ୍ଡଳୀ ସରକାର ତଥା ପ୍ରଶାସନ କୁ ପରାମର୍ଶ ଦେବେ ବୋଲି ପ୍ରକାଶ କରିଛନ୍ତି। ଉକ୍ତ ପ୍ରତିନିଧି ମଣ୍ଡଳୀ ସହ ବିଜେପି ର ପ୍ରମୁଖ କାର୍ଯ୍ୟକର୍ତା ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *