
ଢେଙ୍କାନାଳ : ମଙ୍ଗଳବାର ଦିନ ଗୋପବନ୍ଧୁ ଟାଉନ ହଲ ଢେଙ୍କାନାଳ ଠାରେ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଆନୁକୂଲ୍ୟରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି।ଏହି ୭୫ବର୍ଷର ପୂର୍ତ୍ତି କୁ ହୀରକ ଜୟନ୍ତୀ ଭାବରେ ସାରା ଭାରତରେ ପାଳିତ ହେଉଛି। ୭୫ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ବିଧାନ ସମ୍ପର୍କ ରେ ଅଧିକାଂଶ ଲୋକ ଜାଣିନାହାନ୍ତି, କିଛି ଲୋକ ସମ୍ବିଧାନ ପୁସ୍ତକ ମଧ୍ୟ ଦେଖି ନାହାନ୍ତି।ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ ନିର୍ବିଶେଷରେ ସମ୍ବିଧାନ ସମସ୍ତଙ୍କୁ ସମାନ ସୁଯୋଗ ଓ ସୁବିଧା ଦେଇଛି।

ଦେଶରେ ବିଧାୟିକା, କାର୍ଯ୍ୟପାଳିକ, ନ୍ୟାୟପାଳିକା ମାଧ୍ୟମରେ ସମସ୍ତ ଭାରତୀୟ ମାନଙ୍କୁ ସମାନ ସୁବିଧା ଓ ସୁଯୋଗ ଦେଇଛି। ମାତ୍ର ସାଧାରଣ ଲୋକମାନେ ସମ୍ବିଧାନ ଓ ଦେଶର ଆଇନ କୁ ନ ଜାଣିବାରୁ ସମସ୍ତେ ଉପକୃତ ହୋଇପାରୁନାହାନ୍ତି। ଭାରତ ବର୍ଷରୁ ସମସ୍ତ ପ୍ରକାର ବୈଷମତା ଦୁରକରି ସମସ୍ତଙ୍କୁ ଭ୍ରାତୃତ୍ୱଭାବ ଓ ଭାରତୀୟତା ଭାବ ପୋଷଣ କଲେ ଦେଶର ଏକତା ଓ ଅଖଣ୍ଡତା ଅକ୍ଷୁର୍ଣ ରହିବ।ଏଣୁ ଏହି ସାମ୍ବିଧାନିକ ସଚେତନତା ସୃଷ୍ଟି କରିବା ପାଇଁ ସଂଗଠନର ସଭାପତି,ଆଇନ ଜୀବି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନେତୃତ୍ୱ ଓ ଅଧକ୍ଷତା ରେ ଏହି ସମ୍ବିଧାନ ଦିବସ ସମାରୋହ ଆଡମ୍ବରପୁର୍ଣ ଭାବେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗଦାନ କରି ଡ଼ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋଭାଯାତ୍ରାରେ ଗୋପବନ୍ଧୁ ଟାଉନ ହଲରେ ପହଂଚି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଅଜିତ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ସମ୍ବିଧାନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସଂଗଠନ ର ସମ୍ପାଦକ ତଥା ଆଇନ ଜୀବୀ ଚିତ୍ରସେନ ନାଏକ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ବିଶିଷ୍ଟ ପାଲା ଗାୟକ ଶ୍ରୀ ଧ୍ରୁବ ଚରଣ ବିଶ୍ୱାଳ ସମ୍ବିଧାନ ବିଷୟରେ କବିତା ଆବୃତ୍ତି କରିଥିଲେ। ଟାଇକୋଣ୍ଡୋ ଆସୋସିଏସନ ଢେଙ୍କାନାଳ ତରଫରୁ ପିଲାମାନଙ୍କ ଦ୍ୱାରା ଆତ୍ମାରକ୍ଷା କୌଶଳ ପ୍ରଦର୍ଶନ କରିବା ସହିତ ନୃତ୍ୟ ପରିବେଷଣ କରିଥିଲେ।ମୁଖ୍ୟବକ୍ତା ଭାବରେ ଡ଼ ପ୍ରମୋଦ କୁମାର ନାୟକ, ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦାନ କରି ଉଦବୋଧନ ଦେଇଥିଲେ। ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ଢେଙ୍କାନାଳ ଜିଲ୍ଲା ସଭାପତି କଳାବତୀ ନାଏକ ଯୋଗଦାନ କରି ସମ୍ବିଧାନ ବିଷୟରେ ଆଲୋଚନା କରିଥିଲେ।ସଂଗଠନର ବ୍ଲକ ପ୍ରତିନିଧି ମାନଙ୍କ ମାଧ୍ୟରେ ଗୌତ୍ତମ ପାତ୍ର, ସଞ୍ଜୟ ନାୟକ, ଅକ୍ଷୟ ମଲ୍ଲିକ, ଗୌତ୍ତମ ବେହେରା, ପ୍ରଶାନ୍ତ ନାଏକ, ଦୁଷ୍ମନ୍ତ ଦେହୁରୀ, ନିରୋଦ ନାଏକ, ରୋହିତ ନାଏକ, ସୁରେଶ ନାଏକ ସୁଧାକର ଜେନା, ହାଡିବନ୍ଧୁ ରାଉତ, ଦୋଳଗୋବିନ୍ଦ ସାହୁ, ସୂଚିତ୍ର ସାହୁ, ମଞ୍ଜୁ ସେଠି, କଳ୍ପନା ବେହେରା,ଅରବିନ୍ଦ ନାଏକ, ମନୋରମା ନାଏକ, ରୁକ୍ମିଣୀ ଦଳେଇ ଓ ଆଇନଜୀବୀ ପଦ୍ମିନୀ ନାଏକ, ପ୍ରଦ୍ୟୁମ୍ନ ନାଏକ, ଅଶୋକ ମଲ୍ଲିକ,ରାଜେନ୍ଦ୍ର ଦାସ, ବାମନ ନାଏକ ପ୍ରମୁଖ ଯୋଗଦାନ କରି ସଭାକୁ ସଫଳ କରିଥିଲେ। ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପିତ ହେଲା।
