• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଇମ୍ଫା କମ୍ପାନୀ ପକ୍ଷରୁ ୬୩ତମ ପ୍ରତିଷ୍ଠା ଦିବସ ପାଳନ

Bymamatanews

Nov 27, 2024
Spread the love

ଯାଜପୁର (ରିପୋର୍ଟ ସରୋଜ ସାହୁ) : ସୁକିନ୍ଦା ଖଣି ଅଞ୍ଚଳରେ ଇମ୍ଫା ପକ୍ଷରୁ ମହାଗିରି କଲୋନୀ ପରିସରରେ ପ୍ରତିଷ୍ଠାଦିବସ ପାଳନ କରାଯାଇଛି। ଇମ୍ଫା କମ୍ପାନୀ ର ପ୍ରତିଷ୍ଠାତା ସ୍ୱର୍ଗତ ବଂଶୀଧର ପଣ୍ଡା ଙ୍କ ୯୩ ତମ ଜୟନ୍ତୀ ତଥା କମ୍ପାନୀ ର ୬୩ ତମ ପ୍ରତିଷ୍ଠାଦିବସ ଅବସରରେ ବିଗତ ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସ୍ଥାନୀୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଚଣ୍ଡୀ ଙ୍କୁ ପୂଜାର୍ଚ୍ଚନା କରାଯାଇ କମ୍ପାନୀ ର ଉର୍ଣ୍ଣତି କାମନା କରାଯାଇଥିଲା। ଅପରାହ୍ନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ କମ୍ପାନୀ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଖଣ୍ଡେଲୱାଲ (GCS) ଓ ଖଣି ମୁଖ୍ୟ ଇଂ ସନ୍ଦୀପ ବାପୁ ରାଓ ଜି ନାରାଡେ ମୂଖ୍ୟ ଅତିଥି ଭାବେ

ଯୋଗଦେଇଥିବାବେଳେ ସାନମ୍ମାନୀତ ଅତିଥି ଭାବେ ସୁକିନ୍ଦା ମାଇନ୍ସ ମଜଦୂର ଇୟୁନିୟନ ର ସସଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ମହାନ୍ତ ଯୋଗଦେଇ ସ୍ବର୍ଗତ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରି ୬୩ ତମ ପ୍ରତିଷ୍ଠା ଦିବସ ର ଶୁଭ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଇମ୍ଫା ର ଦୀର୍ଘ ୬୩ ବର୍ଷ ର ଯାତ୍ରା ସମ୍ବନ୍ଧରେ ଆଲୋଚନା କରାଯାଇ କମ୍ପାନୀ ର ବରିଷ୍ଠ କର୍ମଚାରୀ ମାନଙ୍କୁ ଦୀର୍ଘ ଜୀବନ ସମର୍ପଣ ସେବା ସନମ୍ମାନ ରେ ସନମ୍ମାନିତ କରାଯାଇଥିଲା ।

ପରେ ମଞ୍ଚ ରେ କଟକ ର ନଟରାଜ ଡ୍ୟାନ୍ସ ଏକାଡେମୀ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଲୋକ ସମ୍ପର୍କ ଅଧିକାରୀ ମିଲନ କର ଓ ପ୍ରଭାତ ସିଂ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ଇମ୍ଫା କମ୍ପାନୀ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଉର୍ଣ୍ଣତି ଓ ନିଯୁକ୍ତି କୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପରିଶେଷରେ କମ୍ପାନୀ କୁ ପ୍ରଶଂସା କରିଥିଲେ ସନମ୍ମାନୀତ ଅତିଥି।

Leave a Reply

Your email address will not be published. Required fields are marked *