(୨୭/୧୧/୨୦୨୪) ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ଚୋରୀ, ରାହାଜାନୀ,ମଦ୍ୟପାନ, ବ୍ରାଉନ ସୁଗାର ସହିତ ବିଭିନ୍ନ ନିଶାଦ୍ରବ୍ୟ ଖାଇ ମାଡ଼ପିଟି ସହିତ ଦୁର୍ଘଟଣା ବଢୁଛି। ଥାନା ଅଞ୍ଚଳରେ ମଦ୍ୟପାନ ବିଭିନ୍ନ ପ୍ରକାର ନିଶା ସେବନ କରି ଗଣ୍ଡଗୋଳ କରିବା, ସାଇବର ଠକେଇ, ପଡୋଶୀ ଭିତରେ ଝଗଡ଼ା ମଧ୍ଯ ପ୍ରତ୍ୟେକ ଦିନ ଥାନାରେ ଅଭିଯୋଗ ହେଉଛି।

ଯାହା ଫଳରେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଲୋକ ମାନେ କିପରି ପୋଲିସ ମାନଙ୍କୁ ସାହାଯ୍ୟ ସହଯୋଗ କରିବେ ସେ ନେଇ ବୁଧବାର ଅପରାହ୍ନ ୧ଟା ବେଳେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଗୋତମରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ଙ୍କ ତତ୍ତ୍ଵାବଧାନରେ ଏସ୍ ଆଇ ଅର୍ଚ୍ଚନା ନାୟକ ଏସ୍ ଆଇ ମନୋଜ ମିଶ୍ର, ଏ ଏସ୍ ଆଇ ବିଜୟଲକ୍ଷ୍ମୀ ନାୟକ ଙ୍କ ଅନ୍ୟ ସହକର୍ମୀ ମାନେ ଯୋଗ ଦେଇଥିବା ବେଳେ ଗ୍ରାମ ପଞ୍ଚାୟତର ମହିଳା ଓ ପୁରୁଷ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
