• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତିନି ଜୁଆଡିଙ୍କୁ ମାଡି ବସିଲା ପୋଲିସ

Bymamatanews

Jan 28, 2025
Spread the love

ଟଙ୍କା, ଜୀବଜନ୍ତୁ,ସମେତ ବାଇକ ଜବତ

ଅନୁଗୁଳ ଟାଉନ୍ ଥାନା ଗୋପୀନାଥପୁରରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସର ପାଟ୍ରୋଲିଂ ଟିମ ଅଚାନକ ଚଢ଼ଉ କରିଥିଲା | ଗଞ୍ଜା ଲଢ଼େଇ କରି ଟଙ୍କା ବାଜି ଲଗାଇ ଏହି ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ଘଟଣାସ୍ଥଳରୁ ଯୁବକଙ୍କୁ ଗିରଫ କରିବା ସହ ବାଇକ୍, ନଗଦ ଟଙ୍କା ଜବତ କରିଛି। ଜୁଆ ଖେଳରେ ସମ୍ପୃକ୍ତ ଥିବା ଗୋପୀନାଥପୁର ଗାଁ ରାମ ସାହୁ(୩୯), ବଅଁରପାଳ ଥାନା ଟେଣ୍ଟୋଇ ଅଞ୍ଚଳର ଦବେରା ସୋହୁ(୪୫) ଓ ନାଲ୍‌କୋ ଥାନା ସିପିପି ଅଞ୍ଚଳର ଶିଦୁ ବିରୁଆ(୨୮)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଏକ ବାଇକ୍(ଓଆର୍- ୧୯-ଏଫ୍-୭୪୧୮) ସହିତ ନଗଦ ୬୬ ହଜାର ୬୭୦ଟଙ୍କା, ଗୋଟିଏ ଖାସି, ଦୁଇଟି ଗଞ୍ଜାକୁ ପୁଲିସ ଜବତ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *