ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନାର ତୁଳସୀପାଳ ଗ୍ରାମରେ ଗଜମିତ୍ରଙ୍କୁ ଆକ୍ରମଣ ନେଇ ବଅଁରପାଳ ଥାନା ରେ ଲିଖିତ ଅଭିଯୋଗ ଆଣିଛନ୍ତି ଗଜମିତ୍ର।ଅଭିଯୋଗକାରୀଙ୍କ ସୂଚନା ମୁତାବକ ତୁଳସୀପାଳ ଗ୍ରାମର ଷଣ୍ଢପଥର ଅଞ୍ଚଳରେ ଦଳ ହାତୀ ରହିଥିଲେ। ଅଞ୍ଚଳରେ ହାତୀ ଓ ମନୁଷ୍ୟର ସୁରକ୍ଷା ପାଇଁ ଗଜମିତ୍ର ମାନେ ଉପସ୍ଥିତ ଥିଲେ। ଗ୍ରାମର କିଛି ଯୁବକ ହାତୀ ନିକଟକୁ ଯାଇ ବିରକ୍ତ କରିବା ସହ ଟେକା ପଥର ସାହାର୍ଯ୍ୟ ଆକ୍ରମଣ କରୁଥିଲେ। ଗଜମିତ୍ର ମାନେ ଏହି କାର୍ଯ୍ୟକୁ ବିରୋଧ କରିବାରୁ ଗ୍ରାମର ଧୂଲେଶ୍ବର ସେଠୀ ଙ୍କ ପୁଅ କୃଷ୍ଣ ସେଠି ଓ ପ୍ରଶ୍ନ ବେହେରାଙ୍କ ପୁଅ ପ୍ରବିଣ ବେହେରା ଝଗଡ଼ା କରିଥିଲେ। ଶେଷରେ ଦୁଇ ଯୁବକ ଉତକ୍ଷୀପ୍ତ ହୋଇ ଟେକା ପଥର ସାହାର୍ଯ୍ୟରେ ଗଜମିତ୍ର ଆକ୍ରମଣ କରି ଆହତ କରିଥିଲେ। ଏହା ବିଷୟରେ ବନ ଅଧିକାରୀ ସୂଚନା ପାଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
