• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡ଼ିଶାରେ ସମ୍ପୁର୍ଣ୍ଣ ଗୋହତ୍ୟା ବନ୍ଦ ନିମନ୍ତେ ଦାବିପତ୍ର

Bymamatanews

Mar 28, 2025
Spread the love

ଅନୁଗୋଳ (୨୮/୦୩/୨୦୨୫) ରିଖ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଓଡ଼ିଶା ମାଟିକୁ ଗୋହତ୍ୟା କଳଙ୍କରୁ ମୁକ୍ତ କରିବା ପାଇଁ ଜନସ୍ଵର ତୀବ୍ର ହୋଇଛି । ବିଧାନସଭାରେ ଆଗତ ଗୋହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ କୁ ତୁରନ୍ତ ପାରିତ କରି ଆଇନ ରେ କାର୍ଯ୍ୟକାରୀ କରିବାପାଇଁ ଦାବି ଜୋର ଧରିଛି । ନିକଟ ଅତୀତରେ ଲୋକଲୋଚନକୁ ଆସିଥିବା ତିଗିରିଆ ବାରମଣ ଜଙ୍ଗଲର କୁଢ଼ କୁଢ଼ ଗୋରୁ ହାଡ଼ର ପାହାଡ଼,ମଟନ୍ ବଦଳରେ ଗୋମାଂସ କାରବାର , ବର୍ଦ୍ଧିତ ଗୋହତ୍ୟା, ଗୋ ଚାଲାଣ ଓ ଗୋମାଂସ ଚାଲାଣ ଘଟଣାକୁ ନେଇ ସମସ୍ତ ଗୋଭକ୍ତ ମାନେ କ୍ଷୋଭ ବ୍ୟକ୍ତ କରିବା ସହିତ ରାଜ୍ୟ ସରକାର ଏହାକୁ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଆଜି ଅନୁଗୁଳର ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ଓ ଗୋସେବା ସଂଗଠନ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ ଗୋହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରିବା, ଗୋ ଚାଲାଣ,ଗୋମାଂସ ଚାଲାଣ ଉପରେ ଅଙ୍କୁଶ ଲଗାଇ ଗୋ ଅତ୍ୟାଚାର ଓ କ୍ରୁରତାକୁ ରୋକିବା ତଥା ରାଜ୍ୟରେ ଗୋଧନ ସଞ୍ଚାଳନ ପାଇଁ ଓଡ଼ିଶା ଗୋ ସେବା ଆୟୋଗ ଗଠନ ପୂର୍ବକ ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ ୨୦୨୪ କୁ ତୁରନ୍ତ ବିଧାନସଭାରେ ପାରିତ କରିବା ଇତ୍ୟାଦି ଦାବିପତ୍ର ମାଧ୍ୟମରେ ସରକାରଙ୍କୁ ନିବେଦନ କରାଯାଇଛି। ଦାବି ପୂରଣ ନହେଲେ ଆଗକୁ ଗୋରକ୍ଷାର୍ଥେ ଜନ ଆନ୍ଦୋଳନ ତେଜିବା ସହିତ ଆଇନକୁ ହାତକୁ ନିଆଯିବ ଓ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ଶ୍ରୀ ଗୋପାଳ ଗୋଶାଳା ,ସନ୍ଥ ଶ୍ରୀ ଆଶାରାମଜୀ ବାପୁ ଆଶ୍ରମ, ଅଖିଳ ଭାରତୀୟ ମାରୁଆଡ଼ି ମହିଳା ସମିତି, ମାତୃ ଶକ୍ତି ଗୋରକ୍ଷା ସମିତି, ଶ୍ରୀ ଦେବସର ଦେବୀ ଭକ୍ତ ମଣ୍ଡଳ, ବସୁନ୍ଧରା ପରିବାର , ଜୟ ଗୋମାତା ଜୟ ବ୍ରଜେନ୍ଦ୍ର ଭୂଷଣ ଧାମ, ପତଞ୍ଜଳି ଯୋଗ ସମିତି ଇତ୍ୟାଦି ଅନୁଷ୍ଠାନ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *