ଅନୁଗୋଳ ଜିଲାରେ ବିଭିନ୍ନ ଥାନାମାନଙ୍କରେ ମହିଳା ଓ ଶିଶୁ ନିଖୋଜ ହୋଇଥିବା ଅଭିଯୋଗକୁ ଜିଲ୍ଲା ପୁଲିସ ପକ୍ଷରୁ ଗୁରୁତ୍ତର ସହ ଗ୍ରହଣ କରାଯାଇ ସେମାନଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ଅଭିଯାନ କରାରଯାଇଥିଲା। ଏହି ଅଭିଯାନରେ ଗତ ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ସ୍ବତନ୍ତ୍ର ଅଭିଯାନରେ ବିଭିନ୍ନ ଥାନା ମାନଙ୍କରେ ତାଲିକାଭୁକ୍ତ ହୋଇଥିବା ମିସିଂ ଆଧାର କରି ୩୧୯ ରିପୋର୍ଟକୁ ନିଖୋଜ ମହିଳା ଓ ଶିଶଙ୍କୁ ଉଦ୍ଧାର କରାଯାଇଛି।

ସେମାନଙ୍କ ମଧ୍ୟରୁ ମହିଳା ୨୯୪ ଥିବା ବେଳେ ୨୫ ଶିଶୁ ଶିଶୁ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପାଇଥିବା ମହିଳା ଓ ଶିଶୁଙ୍କ ମଧ୍ୟରୁ ଅନୁଗୋଳ ଥାନା ଅଞ୍ଚଳର ୧୬ ମହିଳା ଓ ୬ ଶିଶୁ, ସଦର ଥାନା ଅଞ୍ଚଳର ଅଞ୍ଚଳର ୩୩ ମହିଳା ଓ ୪ ଶିଶୁ, ନାଲକୋ ଥାନା ଅଞ୍ଚଳର ୧୦ ମହିଳା, ଜଣେ ଶିଶୁ, ବଅଁରପାଳ ଥାନା ଅଞ୍ଚଳର ୧୬ ମହିଳା, ଛେଣ୍ଡିପଦା ଥାନା ଅଞ୍ଚଳ ୧୦ ମହିଳା ଓ ଜଣେ ଶିଶୁ, ବାଗଡ଼ିଆ ଥାନା ଅଞ୍ଚଳର ୧୦ ମହିଳା ଓ ଜଣେ ଶିଶୁ, ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ୧୩ ମହିଳା, ବନ୍ତଳା ଥାନା ଅଞ୍ଚଳର ୪ ମହିଳା ଓ ୬ ଶିଶୁ, ଜରପଡା ଥାନା ଅଞ୍ଚଳର ୧୦ ମହିଳା, ପୁରୁଣାକୋଟ ଥାନା ଅଞ୍ଚଳର ୨ ମହିଳା, ତାଳଚେର ଥାନା ଅଞ୍ଚଳର ୩୧ ମହିଳା,କୋଲିୟାରୀ ଥାନା ଅଞ୍ଚଳର ୨୭ ମହିଳା ଓ ଜଣେ ଶିଶୁ, ଗୋପାଳପ୍ରସାଦ ଥାନା ଅଞ୍ଚଳର ୩ ମହିଳା, ସମଲ ଥାନା ଅଞ୍ଚଳର ୧୩ ମହିଳା, ବିକ୍ରମପୁର ଥାନା ଅଞ୍ଚଳର ୧୧ ମହିଳା, ଏନଟିପିସି ଥାନା ଅଞ୍ଚଳର ୬ ମହିଳା, ଆଠମଲ୍ଲିକ ଥାନା ଅଞ୍ଚଳର ୧୩ ମହିଳା ଓ ଜଣେ ଶିଶୁ, ହାଣ୍ଡପ ଥାନା ୧୬ ମହିଳା ଓ ଜଣେ ଶିଶୁ, କିଶୋରନଗର ଥାନା ଅଞ୍ଚଳର ୧୫ ମହିଳା ଓ ଜଣେ ଶିଶୁ, ଠାକୁରଗଡ଼ ଥାନା ଅଞ୍ଚଳର ୧୧ ମହିଳା, କିଆକଟା ଥାନା ଅଞ୍ଚଳର ଜଣେ ମହିଳା ଓ ୧ ଶିଶୁ ପାଲଲହଡା ଥାନା ଅଞ୍ଚଳର ୨ ମହିଳା ଓ ଜଣେ ଶିଶୁ, ଖମାର ଥାନା ଅଞ୍ଚଳର ୧୧ ମହିଳା, କଣିହାଁ ଥାନା ଅଞ୍ଚଳର ୭ମହିଳା, ରେଙ୍ଗାଳି ଥାନା ଅଞ୍ଚଳର ୩ମହିଳା ଉଦ୍ଧାର କରିପାରିଛନ୍ତି । ଉଦ୍ଧାର ମହିଳା, ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧକ୍ଷକ ପ୍ରକାଶ କରିଛନ୍ତି।
