କେନ୍ଦୁଝର ଜିଲ୍ଲା ବନଖଣ୍ଡ ଚମ୍ପୁଆ ରେଞ୍ଜରେ ହାତୀ ଆକ୍ରମଣରେ ମହିଳା ଗୁରୁତର। ଚମ୍ପୁଆ ବ୍ଲକ ରଜିଆ ଜଂଗଲକୂ ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଇଛନ୍ତି ପତଳା ଗ୍ରାମର ଗୀତା ନାଏକ। ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେବାରୁ ସେ ଗୁରୁତର ଆହତ ହେଇଛନ୍ତି।

ସକାଳୁ ରଜିଆ ଜଙ୍ଗଲକୁ ଗ୍ରାମର ଅନ୍ୟ କିଛି ମହିଳାଙ୍କ ସହ ସେ ଛତୁ ଗେlଟେଇବାକୁ ଯାଇଥିଲେ l ଏକ ଗୋଠଛଡା ହାତୀ ହାବୁଡରେ ପଡିଥିଲେ। ଗୀତାକୁ ହାତୀ ଆକ୍ରମଣ କରିବା ବେଳେ ସାଗଂରେ ଥିବା ଅନ୍ୟ ଜଣେ ମହିଳା ପଦ୍ମିନୀ ନାଏକ ଦୈଡି ପଳାଉ ଥିବା ବେଳେ ଗଛରେ ପିଟିହେଇ ସେ ମଧ୍ୟ ଆହତ ହେଇଛନ୍ତି। ଦୁହିଁଙ୍କୁ ଚମ୍ପୁଆ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଗୀତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଗୀତାଙ୍କ ସ୍ବାମୀ ଶୁଦ୍ର ନାଏକ ମଧ୍ୟ କିଛି ବର୍ଷ ପୂର୍ବେ ହାତୀ ଆକ୍ରମଣରେ ମୣତ୍ୟୁବରଣ କରିଥିବା ନେଇ ସୂଚନା। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
