• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ

Bymamatanews

May 28, 2025
Spread the love

ଅନୁଗୋଳ : ପ୍ରେସ କାଉନସିଲ ଅଫ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧାନିକ ଅଙ୍ଗ ଯାହାକି ପ୍ରେସ କାଉନସିଲ ଆକ୍ଟ, ୧୯୭୮ ଅନୁଯାୟୀ ଗଠିତ । ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରେସର ସ୍ବାଧୀନତାକୁ ସୁରକ୍ଷିତ କରିବା ଓ ଭାରତରେ ସମ୍ବାଦପତ୍ର ଓ ସମ୍ବାଦ ସଂସ୍ଥାମାନଙ୍କର ମାନଦଣ୍ଡକୁ ରକ୍ଷା କରିବା । ନୂଆ ଦିଲ୍ଲୀସ୍ଥିତ ସୂଚନା ଭବନ, ସିଜିଓ କମପ୍ଲେକ୍ସ, ଲୋଦୀ ରୋଡ଼ ଠାରେ ପ୍ରେସ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ରାଜ୍ୟ ଶାଖା ନାହିଁ । କିମ୍ବା ଏହି ନାମରେ ନାମିତ କୌଣସି ପ୍ରାକୃତ ଅଙ୍ଗ ଅନ୍ୟ କୌଣସି ସ୍ଥାନରେ କାର୍ଯ୍ୟ କରେ ନାହିଁ । ମାତ୍ର ସମ୍ପ୍ରତି ଏହି ପ୍ରେସ କାଉନସିଲ ଶବ୍ଦଟି ଅନ୍ୟ ପ୍ରେସ ସଙ୍ଗଠନ ମାନଙ୍କ ଦ୍ଵାରା ବ୍ୟବହୃତ ହେବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଯାହ ଦ୍ବାରା ଏହା ଯେ କେବଳ ପ୍ରେସ କାଉନସିଲ ଅଫ ଇଣ୍ଡିଆର ଅସ୍ତିତ୍ବ ଓ ପ୍ରତିଷ୍ଠାର ମର୍ଯଦା ହାନି କରୁଛି ତା ନୁହେଁ ।ବରଂ ଏହାର ବୈଶିଷ୍ଟପୂର୍ଣ ନାମ ଓ ଅହିତୀୟ ଶକ୍ତି ଉପରେ ପ୍ରଭାବ ପକାଉଛି । ଏଣୁ ବିଧା ମାମଲା ବିଭାଗ ସ୍ପଷ୍ଟ ମତ ଦେଇଛନ୍ତି କି କେନ୍ଦ୍ର ସରକାରଙ୍କର ବିନା ଅନୁମତିରେ ଏହି ଶବ୍ଦକୁ ବ୍ୟବହାର କରିବା ସମ୍ପୂର୍ଣ ଆଇନ ବିରୁଦ୍ଧ, ଯାହାକି ଚିହ୍ନ ଓ ନାମର ଅନୁଚିତ ବ୍ୟବହାର ନିବାରଣ ନିୟମ ୧୯୫୦ ଅନୁସାରେ ଅବୈଧ ଅଟେ । ଏହି ପରିପ୍ରେକ୍ଷିରେ କୌଣସି ସ୍ଥାନୀୟ ସଂସ୍ଥା କିମ୍ବା ସରକାରୀ ସଂସ୍ଥା ସଙ୍ଗଠନମାନଙ୍କ ପ୍ରତି ପ୍ରେସ କାଉନସିଲ କିମ୍ବା ଏହାର ହିନ୍ଦୀ ଅନୁବାଦ ଭାରତୀୟ ପ୍ରେସ ପରିଷଦ ନାମରେ ନିବନ୍ଧନ ବା ବ୍ୟବହାରକୁ ସର୍ବଦା ବାରଣ କରାଯାଇଛି । ଏହାର ଉଲଂଘନରେ ବିଧି ବ୍ୟବସ୍ଥା ଅନୁଯାୟୀ ଉଲ୍ଲଙ୍ଘନକାରୀ ବ୍ୟକ୍ତିବିଶେଷ ବା ଅନୁଷ୍ଠାନ, ସଂସ୍ଥାଙ୍କ ବିରୋଧରେ କର୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି ।

Leave a Reply

Your email address will not be published. Required fields are marked *