
ଅନୁଗୁଳ :ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲା ଏଡସ୍ ନିୟନ୍ତ୍ରଣ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଏଚ୍ ଆଇ ଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଗୁଡିକର ସମିକ୍ଷା କରାଯାଇଥିଲା | ରୋଗ ନିୟନ୍ତ୍ରଣ ସମ୍ପର୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତ ଗ୍ରହଣ କରାଯାଇଇଛି । ଏଚ୍ଆଇଭି ଆକ୍ରାନ୍ତମାନେ ନିୟମିତ ଭାବରେ କିପରି ଔଷଧ ପାଇପାରିବେ, ସେଥୂପାଇଁ ନିର୍ଦ୍ଦିଷ୍ଟ ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ । ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ । ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ସହକାରୀ ( ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡ.ମାନସ ରଞନ ବିଶ୍ବାଳ, ରୀ ଜିଲ୍ଲାପାଳ କସ୍ତୁରୀ ଅତିରିକ୍ତ ଜିଲ୍ଲା ସି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ରଙ୍କ ସମେତ ଡାକ୍ତର ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
