ବଅଁରପାଳ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ବଅଁରପାଳର ପଞ୍ଚମ ସାଧାରଣ ବୈଠକ, ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସମିତି ଅଧ୍ୟକ୍ଷ ଉପସ୍ଥିତ ମାନ୍ୟବର ବିଧାୟକ ଅନୁଗୋଳ, ମାନ୍ୟବର ବିଧାୟକ ଛେଣ୍ଡିପଦା ତଥା ଉପସ୍ଥିତ ସମସ୍ତ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସଭ୍ୟ / ସଭ୍ୟାଙ୍କୁ ସ୍ଵାଗତ ସମ୍ଭାଷଣ ପ୍ରଦାନ କରି ସଭାକାର୍ଯ୍ୟ ଆଗେଇ ନେବାକୁ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଭାକୁ ସମ୍ବୋଧନ କରି ଉପସ୍ଥିତ ସମସ୍ତ ସଭ୍ୟ/ ସଭ୍ୟା ଓ ସରକାରୀ କର୍ମଚାରୀଙ୍କୁ ସ୍ଵାଗତ ଜଣାଇ ପୂର୍ବବୈଠକର ବିବରଣୀ ପାଠ ଓ ଦୃଢୀକରଣ ନିମନ୍ତେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ପୂର୍ବବୈଠକର ଲିଖିତ ବିବରଣୀକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦୃଢିକରଣ କରା ଯାଇଥିଲା। ପାନୀୟ ଜଳ ଯୋଗାଣ ରେ ବିଭିନ୍ନ ଅଭିଯୋଗ ଆସିଥିବାରୁ ପୂର୍ବବୈଠକର ଅନୁପାଳନ ବିବରଣୀ ପ୍ରଦାନ କରିବା ନିମନ୍ତେ ମାନ୍ୟବର ଅନୁଗୋଳ ଓ ଛେଣ୍ଡିପଦା ବିଧାୟକ ମତପ୍ରକାଶ କରିଥିଲେ । ମାନ୍ୟବର ବିଧାୟକ ଅନୁଗୋଳ, ଭୋଗବେରେଣୀ ଗ୍ରାମପଞ୍ଚାୟତର ନିରାକାରପୁର ଓ ରାମଚନ୍ଦ୍ରପୁର ଠାରେ ଦିନେ ଛଡା ଦିନେ ପାନୀୟଜଳ ଯୋଗାଣ ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ମାତ୍ର ନୂତନ ଭୂତଳ ଜଳ ଯୋଗାଣ ବ୍ୟବସ୍ଥା ଚାଲୁହେଲେ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ବୋଲି ମତପୋଷଣ କରିଥିଲେ । ଆଧିକାଂଶ ସରପଞ୍ଚ ଓ ସମିତିସଭ୍ୟ ଓ ସଭ୍ୟ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ, ଶିକ୍ଷକ, ଶିଶୁଙ୍କ ପୋଷଣ ଖାଦ୍ୟ, ସ୍ୱାସ୍ଥ୍ୟକେନ୍ଦ୍ର, ଗୃହପାଳିତ ପଶୁଙ୍କ ରାସ୍ତା ରେ ଦୁର୍ଘଟଣାଗ୍ରସ୍ତ ଜୀବନ ହାନି ସମସ୍ୟା, ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ଅନୁପସ୍ଥିତ ରହିବା ପରି ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ହେବା ସହ ତାହା କିପରି ସମାଧାନ ହେବ ପ୍ରସାଶନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଧାୟକଗଣ।
